ନୟାଗଡ ଡାକବିଭାଗମୂଖ୍ଯ କାର୍ଯ୍ଯାଳୟରେ ଆନ୍ତଃରାଷ୍ଟ୍ରିୟ ଯୋଗ ଦିବସ ପାଳନ : ୫ଦିନିଆ ଯୋଗ ଶିବିର

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ନୟାଗଡତା :- ଅନ୍ତଃରାଷ୍ଟ୍ରିୟ ଯୋଗ ଦିବସ ଅବସରରେ ସ୍ଥାନୀୟ ନୟାଗଡ ଡାକବିଭାଗମୂଖ୍ଯ କାର୍ଯ୍ଯାଳୟ ପରିସରରେ ଅନ୍ତଃରାଷ୍ଟ୍ରିୟ ଯୋଗ ଦିବସ ପାଳିତ ହୋଇଯାଇଅଛି ାଉକ୍ତ ଯୋଗ ଦିବସରେ ନୟାଗଡ ଡାକ ବିଭାଗର ଆସିଷ୍ଟାଣ୍ଡ ସୁପରିଟେଣ୍ଡେଟ ଶ୍ରୀଯୁକ୍ତ ବିଜୟ କୁମାର ସାହୁଙ୍କର ତତ୍ବାବଧାନରେ ପରିଚାଳିତ ହୋଇଥିଲା ଏବଂ ଶ୍ରୀ ସାହୁ ମହାଶୟ ସ୍ବାଗତ ଭାଷଣଦେଇ ଯୋଗର ଉପାଦେୟତା ସମ୍ବନ୍ଧରେ ଡାକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ ା

ମହର୍ଷି ବିଦ୍ୟା ମନ୍ଦିରର ଯୋଗ ଗୁରୁ ଶ୍ରୀଯୁକ୍ତ ସରତ କୁମାର ପ୍ରଧାନ ଉକ୍ତ କାର୍ଯ୍ଯକ୍ରମରେ ଯୋଗ ଦେଇ କର୍ମଚାରୀ ମାନଙ୍କୁବିଭିର୍ନ ଯୋଗ କୌଶଳ ଅଭ୍ଯାସ କରାଇଥିଲେ ା ଏବଂ ମହର୍ଷି ମହେଶ ଯୋଗୀ ଜୀ ଙ୍କର ଭାବାତୀତ ଧ୍ଯାନ ତଥା ଯୋଗର ଉପକାରିତା ଏବଂ ଆବଶ୍ଯକତା ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ କର୍ମଚାରୀଙ୍କର ଅନୁରୋଧ କ୍ରମେ ୫ଦିନିଆ ଯୋଗଶିବିର ଚାଲିଅଛି ା ପରିସେଷରେ ସମସ୍ତ କର୍ମଚାରୀଙ୍କର ସହଯୋଗରେ ସୁଚାରୁ ରୂପେ ପାଳିତ ହୋଇଥିଲା ା

Exit mobile version