Home ଓଡ଼ିଶା ବିଶ୍ୱାସର ଅମ୍ଲଜାନ : ବାପା ବୋଉ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ଭୁବନେଶ୍ୱର :- ବୋଉ କୁଳୁକୁଳୁ ଗାଁ ନଈ ହେଲେ ବାପା ଅଥଳ ସମୁଦ୍ର ବୋଉ ଝରଝର ପାହାଡି ଝରଣା ବାପା ପରା ସ୍ଥିର ହ୍ରଦ । ବୋଉ କୂଅମୂଳ ମଲ୍ଲି ବୁଦା, ବାପା ଗାଁ ମୁଣ୍ଡ ବରଗଛ ବୋଉ ତୁଠ ପାଖ ମହୁରାଳି, ବାପା ଗଭୀର ଜଳର ମାଛ । ବୋଉ ଅଙ୍କାବଙ୍କା ଗ୍ରାମପଥ ଆଉ ବାପା ଲମ୍ବା ଦିଗବଳୟ ଗାଁ ପୋଖରୀର କଇଁ ବୋଉ, ବାପା ପାରିଜାତର ବଳୟ । ବୋଉ ଓଳିଝରା ପାଣିଫୋଟକା ମୋ ବାପାତ କାଗଜ ଡଙ୍ଗା ବୋଉ ମମତାର ମହାନଦୀ ମୋର ବାପା ତ ଜ୍ଞାନର ଗଙ୍ଗା । ଚାଳ ମଥାନର ପୋଇଡଙ୍କ ବୋଉ ବାପା ତାଳଗଛ ଶାଖା ବୋଉ ଅଗଣାର ସଜ ତୁଳସୀ ମୋ ବାପା କଳ୍ପବଟ ଝଙ୍କା । ବୋଉ ମଗୁଶିର ମାଣ ଖଟୁଲି ମୋ ବାପା ଦାଣ୍ଡଘର ଦିଅଁ ବୋଉ ଆଶ୍ୱାସର ପାହାନ୍ତି ଓ ବାପା ଭରସାର ସୂର୍ଯ୍ୟୋଦୟ । ବୋଉ ମାଟିକାନ୍ଥ ଝୋଟି ଚିତା, ବାପା ମୁଗୁନି ପଥର ମୂର୍ତ୍ତି ବୋଉ ଚଉରାର ସଞ୍ଜବତୀ, ବାପା ମନ୍ଦିର ସନ୍ଧ୍ୟା ଆଳତି । ବୋଉ ବାରିପଟ ଢିଙ୍କିଶାଳ,ବାପା ଦମ୍ଭିଲା ଦାଣ୍ଡ କବାଟ ବୋଉଟି ସରଳ ସାହିତ୍ୟ ଓ ବାପା ଗହନ ଗଣିତ ପାଠ । ବୋଉତ ଘରର ମଜବୁତ ନିଅଁ ବାପା ସେ ଘରର ଛାତ ବୋଉଟି ଅସରା ପଖାଳ ହାଣ୍ଡି ମୋ ବାପା ଅବଢା ଅନ୍ନ ତ । ଅଶିଣ ଆକାଶ ରୂପା ଜହ୍ନ ବୋଉ ବାପା ବଇଶାଖ ସୂର୍ଯ୍ୟ ଠାକୁର ଘରର ଶଙ୍ଖଧ୍ୱନି ବୋଉ ବାପା ବିଜୟର ତୂର୍ଯ୍ୟ । ବୋଉ ହସକୁରି ଗ୍ରାମଦେବତୀ ମୋ ବାପା ଭାଗବତ ଗାଦି ରୋଷେଇ ଘରର ମାଟି ଚୁଲି ବୋଉ ବାପା ତ ଯଜ୍ଞର ବେଦି । କାକର ଗାଧୁଆ ଦୂବ ଘାସ ବୋଉ ବାପା ତ ଧାନ କିଆରି ବୋଉ ଘୁମୁ ଘୁମୁ ଲୋଟଣି ପାରା ମୋ ବାପା ପଞ୍ଜୁରିର ଶାରି । ବୋଉ ଅନ୍ତରଙ୍ଗ ଗାଁ ଦାଣ୍ଡ ଧୂଳି ବାପା ନିଦା ଶାଳଗ୍ରାମ ବୋଉ ମନଟି ତ ଫୁଲର ପାଖୁଡା ବାପା ନାରିକେଳ ସମ । ବୋଉ ସମ୍ପର୍କର ସାଲୁକନା, ବାପା ବଡ ଦେଉଳର ନେତ ବୋଉ ଅପାଶୋରା କୁଆଁର ପୁନେଇଁ ବାପା ପରା ରଥଯାତ । ପରୀ ରାଇଜର କାହାଣୀ ତ ବୋଉ ବାପା ସତ ସ୍ୱାଭିମାନ ବୋଉ ତ ନିରୀହ ନିଃଶ୍ୱାସ, ମୋ ବାପା ବିଶ୍ୱାସର ଅମ୍ଲଜାନ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026