ଅନ୍ତର୍ଜାତୀକ ଯୋଗ ଦିବସ ପାଳନ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/କଳାହାଣ୍ଡି :- ନର୍ଲା ବ୍ଲକ୍‌ ସର୍ଗୀଗୁଡ଼ା ଗ୍ରାମ ପଞ୍ଚାୟତର ଉଲିଶିର୍କା ନନ୍ଦଘର ସମେତ ମାଣ୍ଡେଲ,ଭାନପୁର, ଭାଟେଲ, ରେଗିଡ଼ିମାଲ, ଜୁର୍କାଭଟା ନନ୍ଦଘର ଗୁଡ଼ିକରେ ଅନ୍ତର୍ଜାତୀକ ଯୋଗ ଦିବସ ପାଳିତ ହୋଇ ଯାଇଛି । ମମତା ଅନୁଷ୍ଠାନ ଓ ବେଦାନ୍ତର ମିଳିତରେ ପରିଚାଳିତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ରଛାତ୍ରୀ ,ଯୁବଗୋଷ୍ଠୀ,ସଚେତନ ନାଗରିକ,ମହିଳା ମାନଙ୍କୁ ନେଇ ଯୋଗର ବିଶେଷତ୍ୱ,ଯୋଗାଭ୍ୟାସର ମହତ୍ୱ,ପୁଷ୍ଟି ସହ ଯୋଗର ସାମଞ୍ଜସ୍ୟ,ଉପକାରିତା ଉପରେ ଆଲୋଚନା କରାଯାଇଥିଲା ।

ଉଲିଶିର୍କା ଆଶାକର୍ମୀ ଶାନ୍ତିମାଝୀ ଯୋଗଦାନ କରି ଶରୀର,ମନ ଓ ଅନ୍ତର୍ନିହିତ ଶକ୍ତିର କିପରି ବିକାଶ ହୋଇଥାଏ ବୁଝାଇ ଥିଲେ । କପାଳ ଭାତି,ଅନୁଲୋମ ବିଲମ୍‌,ଯୋଗାସନ,ବ୍ୟାୟାମ କୌଶଳ ପ୍ରଦର୍ଶନ କରା ଯାଇ ଯୋଗାଭ୍ୟାସ କରା ଯାଇଥିଲା ।  ମମତା ଅନୁଷ୍ଠାନ ତଥା ବେଦାନ୍ତ ନନ୍ଦଘର କାର୍ଯ୍ୟକ୍ରମର ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ କାର୍ଯ୍ୟକ୍ରମରେ ସଂଯୋଜନା କରି ଥିବା ବେଳେ କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ପ୍ରଶାନ୍ତ ପୋଢ,ଶତୃଘ୍ନ ମାଝୀ,ଶାମନ୍ତ ମାଝୀ,ସହ ଅଙ୍ଗନୱାଡ଼ି କର୍ମୀ ନନ୍ଦିନୀ ବିଶ୍ୱାଳ, କବିତା ସେନାପତି ମାମି ଖାଡ଼ଙ୍ଗା, ଧରିତ୍ରୀ ମିଶ୍ର , ସାରଥୀ ନାଏକ,କୁନୁ ସାହୁ ପ୍ରଭୃତି ସହଯୋଗ କରିଥିଲେ ।

ସେହିପରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁପ୍ରାରୋଡ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏଥିରେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ ଓ ବିଦ୍ୟାଳୟ ସଂପାଦକ ସଞ୍ଜିବ ଦାସ ଯୋଗଦାନ କରି ଶରୀରକୁ ସୁସ୍ଥ ସବଳ କରିବା ପାଇଁ ଯୋଗର ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ବିଦ୍ୟାଳୟ କାର୍ଯ୍ୟକାରୀ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁଜୀ ପବିତ୍ର ମୋହନ ଛୁରିଆ, ଜୟଶଙ୍କର ରାଉତ, ବିମଳ ନାଏକ ପ୍ରମୁଖ ଭାଇଭଉଣୀଙ୍କୁ ଯୋଗାଭ୍ୟାସ କରାଇଥିଲେ ।

Exit mobile version