ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ବରଗଡ଼ :- ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବରଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିଲା । ଯୋଗ’ ର ଆମ ଶରୀରର ପ୍ରତିରକ୍ଷା ଉପରେ ବହୁତ ପ୍ରଭାବ ରହିଛି । ପ୍ରତିଦିନ ଯୋଗ କରିବା ଦ୍ବାରା ଶରୀର ଓ ମନ ସତେଜ ରହିବା ସ°ଗକୁ ଆତ୍ମାର ପବିତ୍ରତା ବୃଦ୍ଧି ପାଇଥାଏ ବୋଲି ଯୋଗ ଗୁରୁ ସ୍ବାମୀ ନୀତିନ ଯୋଗୀ କହିଥିଲେ ।

ଏହି ଅବସରରେ ଆଜି ବରଗଡ଼ ସଦର ମହକୁମା ରେ ଥିବା ତପୋବନ ଆଶ୍ରମ ର ବୁଦ୍ଧ ହଲ୍ ଠାରେ ଆର୍ଟ ଅଫ ଲିଭିଙ୍ଗ ଏବଂ ଜେ ସି ଆଇ, ବରଗଡ଼ ଶାଖା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଥିଲା । ତପୋବନ ଆଶ୍ରମ ର ସଭାପତି ପ୍ରିତମ ସିଂ ଆଜି ଦିବସ ର ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ ।
