ନୟାଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପରିସରରେ : ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ ନୟାଗଡ଼ :- ରିଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପରିସରରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି l ସକାଳ ୭ ଘଟିକା ସମୟରେ ସେବା ସ୍ୱାଧର ଗୃହର ସମସ୍ତ୍ ଅନ୍ତେବାସୀ , ସେବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ,ସେବା ନିଶା ପରିତ୍ୟଗ ଓ ପୁନର୍ବାସ କେନ୍ଦ୍ର ର ଅନ୍ତେଃବାସୀ ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ l

ସେବା ନିଶା ପରି ତ୍ୟାଗ ଓ ପୁନର୍ବାସ କେନ୍ଦ୍ର ର ପ୍ରକଳ୍ପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁ , କାଉନସିଲର ପୂର୍ଣ୍ଣ ଚନ୍ଦ୍ର ସାହୁ , ବିଜୟ କୁମାର ବେହେରା ସେବା ସ୍ଵତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ମହାପାତ୍ର ସେବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ଅଧ୍ୟାପକ ଆଶୀର୍ବାଦ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ।

ଯୋଗ ଶିକ୍ଷକ ଭଂଜକିଶୋର୍ ଯତି ବିଭିନ୍ନ ପ୍ରକାର ଯୋଗ ଓ ଶରୀର ଓ ମନ ଉପରେ ତାହାର ସକରାତ୍ମକ ପ୍ରଭାବ ଉପରେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇବା ସହ ଯୋଗ, ଆସନ , ପ୍ରାଣାୟମ ଆଦି ଶିକ୍ଷା ଦେଇଥିଲେ l ସେବା ସ୍ଵାଧର ଗୃହର ପରିଚାଳିକା ବନିତା ମଲ୍ଲିକ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ର ମହତ୍ତ୍ଵ ଉପରେ ଆଲୋଚନା କରି ଥିଲେ l ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୫ ଜଣ ଅଂଶ ଗ୍ରହଣ କରି ଥିଲେ l

Exit mobile version