ଜୟ ଶିବ ଶମ୍ଭୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ପୁରୁଣା ନିଲିଗୁଡା

ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁନ ରବିବାର/ମାଲକାନଗିରି,ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନିଲିଗୁଡା ଗ୍ରାମ ଠାରେ ଜୟ ଶିବ ଶମ୍ଭୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ୧୬ ଟି ଟିମ୍ କୁ ନେଇ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ଦିନରେ ମାଲକାନଗିରି ଟିମ୍ ଓ ଵାପାନପାଲ୍ଲୀ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାପାନପାଲ୍ଲୀ ଟିମ୍ ୩୭ ରନରେ ବିଜୟ ଲାଭ କରିଛି ।

ଆଜିର ଏହି ଜୟ ଶିବ ଶମ୍ବୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଳକ ଅଧ୍ୟକ୍ଷା ଜମୁନା ମୁଶାକୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନିଲିଗୁଡା ସରପଞ୍ଚ ଦେବେ ମାଡ଼ି, ନିଲିଗୁଡା ସମିତି ସଭ୍ୟ ଆକାଶ କୁମାର କୋଡ଼ି, ମାଟେରୁ ସରପଞ୍ଚ ଲଛମନ୍ ମାଡକାମି ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ରିକେଟ ଖେଳର ମୁଖ୍ୟ ଆୟୋଜକ ଥିଲେ ନିଲିଗୁଡା ପଞ୍ଚାୟତ ସମିତି ସଭ୍ୟ ଆକାଶ କୁମାର କୋଡ଼ି ତାଙ୍କୁ ସହଯୋଗ କରିଥିଲେ ଜୟ ଶିବ ଶମ୍ବୁ କ୍ରିକେଟର ସମସ୍ତ ଟିମ ସଭ୍ୟ ରାମ ପାନ, ରାମା ସୋଡି ଓ ଗୋବିନ୍ଦ ପାନ ପ୍ରମୁଖ ।

Exit mobile version