ମାହାଙ୍ଗାରେ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

କଟକ, ମାହାଙ୍ଗା ,ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ )୧୮ ମଇ, ସୋମବାର :- ବର୍ତମାନ ସମଗ୍ର ଦେଶରେ କରୋନା ମହାମାରୀ କାୟା ବିସ୍ତାର କରି ଜନସାଧାରଣକୁ ମୃତ୍ୟୁ ମୁଖକୁ ଟାଣିନେଉଥିବା ବେଳେ ଅନ୍ୟ ରୋଗୀ ମାନେ ଟିକିଏ ରକ୍ତ ପାଇଁ ଜୀବନ ହରାଉଛନ୍ତି, ଦୀର୍ଘଦିନ ଧରି ଲକ ଡାଉନ ଜାରି ରହିଥିବାରୁ ରାଜ୍ୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି, ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ମାହାଙ୍ଗା ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ଅଭାବୀ ରକ୍ତର ଚାହିଦା ପୁରଣ କରିବାପାଇଁ ଆଜି ମାହାଙ୍ଗା ଛାତ୍ର ବିଜେଡି ପକ୍ଷରୁ କଟକ ଜୋନ ଛାତ୍ର ବିଜେଡି ସମ୍ପାଦକ କ୍ରିଷ୍ଣକାନ୍ତ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ମାହାଙ୍ଗା ବ୍ଲକ ସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜଳସମ୍ପଦ ଡ଼ାକବଙ୍ଗଳା ଗୌଡପଡା ଠାରେ ଅନୁଷ୍ଠିତ ହୋଇଯାଇଛି

ଏଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ପ୍ରତିନଧି ଉମାଶଙ୍କର ବିଶ୍ୱାଳ ଯୋଗଦେଇ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ଅତିଥି ଭାବେ ନିଶ୍ଚନ୍ତ କୋଇଲି ବ୍ଲକ ବିଜେଡି ସଭାପତି ଅଶୋକ ଓଝା, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଦୀପକ ରଞ୍ଜନ ଦାସ, ରିଆଜୁଲ ହୋଦା, ପ୍ରଶାନ୍ତ ପେଟଟନାୟକ, କିଶୋର ରାଉତ, ପ୍ରତାପ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ, ଏଥିରେ କଟକ ଜିଲ୍ଲା ରେଡ କ୍ରସ୍ ପକ୍ଷରୁ ଡାକ୍ତର, ଟେକନିସିଆନ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ, ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ 50 ରୁ ଉର୍ଦ୍ଧ ଇଉନିଟ ରକ୍ତସଂଗୃହୀତ ହୋଇଥିବାବେଳେ ଏଥିରେ ଛାତ୍ରନେତା ରାମସାରଥୀ ପଟ୍ଟନାୟକ, ବିନୋଦ ମହାନ୍ତି, ପବିତ୍ର ଓଝା ବିକ୍ରମ ନାୟକ, ତନ୍ମୟ ମହାନ୍ତି, ଦେବୀପ୍ରସାଦ ସାହୁ ଅଭିଷେକ ବେହୁରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ

Exit mobile version