ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢ଼ ନିନ୍ଦା ଓ କେନ୍ଦ୍ର ସରକାରଙ୍କ ବିଏସ ଏନଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁନ ଶନିବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୁଦ୍ଧରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ଓଡ଼ିଶାର ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ସେ କହିଲେ ଯେ ଆଜି ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇନଥିଲା ।

କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍‌,କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା । କାହା ନିର୍ଦ୍ଦେଶରେ ଏଭଳି କାମ କରୁଛି ବୋଲି ପି.ସି.ସି. ସଭାପତି ପ୍ରଶ୍ନ କରିଛନ୍ତି । ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ବର୍ତମାନ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇ.ଡ଼ି. ପଚରା ଉଚରା ପାଇଁ ଡାକୁଛନ୍ତି, ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁକଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ଶାସନ ନରେନ୍ଦ୍ର ମୋଦୀଙ୍କ ବି.ଜେ.ପି ସରକାର ସି.ବି.ଆଇ., ଆଇ.ଟି. ଓ ଇ.ଡ଼ି. ଆଦି ସଂସ୍ଥାକୁ ହାତ ବାରିଶ୍ କରି ବିରୋଧି ବିଶେଷ କରି କଂଗ୍ରେସର ନେତା ମାନଙ୍କୁ ଶିକାର କରୁଛନ୍ତି ।

କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି । ଦୀଲ୍ଲି ପୁଲିସ୍‌ର ଆଜିର ବର୍ବରତା ତାର ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ସଭାଜାତ୍ରା ବାହାରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ତଥା ବିଏସ ଏନୂଏଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପରିଚାଳନା କରିଥିଲେ ଏଥିରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦସରଥି ଗମାଙ୍ଗ, ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା,

ରାଜ୍ୟ ସମ୍ପାଦକ ସଂଜୟ ଅଧିକାରୀ,ଶଂଗ୍ରାମ ସାହୁ ,ତ୍ରୀନାଥ ପାତ୍ର, ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ, ଲଳିତ ମହୋନ ଦଣ୍ତସେନା,ମଣ୍ଟୁ ପାଣି, ବହୁ ସରପଞ୍ଚସମିତିସଭ୍ୟ,ରମେଶପ୍ରଧାନି,ମଫେଲ ଲିମା, ନବୀନ ରଚିତ, ମୋହନା ବ୍ଲକ ସଭାପତି, ଆର୍ ଉଦୟଗିରି ବ୍ଳକ ସଭାପତି, ରାୟଗଡା ବ୍ଲକ ସଭାପତି, ନୂଆଗଡ ବ୍ଲକ ସଭାପତି, କାଶୀନଗର ବ୍ଲକ ସଭାପତି, ସମସ୍ତ ବ୍ଲକ୍ ସରପଞ୍ଚ, ସମିତି ସଭ୍ୟ, ପ୍ରମୁଖ ସତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Exit mobile version