ନୂଆଗାଁ ବ୍ଲକ୍ ର ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଦେଲେ ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁନ ଶନିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା ଦେଇଛନ୍ତି । ଦୁଇଦିନ ଧରି ଅନୁଷ୍ଠିତ ଏହି ପରୀକ୍ଷା ରେ ଛାତ୍ର ଛାତ୍ରୀ ଭାଷା, ଗଣିତ,ଏବଂ ଇଂରାଜୀ ପରୀକ୍ଷା ଦେଇଛନ୍ତି ।

ଏହି ପରୀକ୍ଷା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ଆକଳନ କରାଯାଇପାରିବ ବୋଲି ଜଣା ପଡିଛି । ନୂଆଗାଁ ବ୍ଲକ୍ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର , ଜ୍ୟୋତ୍ସ୍ନା ରାଣୀ ସେଠୀ ବିଭିନ୍ନ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ମାନେ କିପରି ପରୀକ୍ଷା ଦେଉଛନ୍ତି ତାହା ଦେଖିଥିଲେ ।

Exit mobile version