ଟାଇଟ ଇଂଜିନିୟରିଂ କଲେଜ କର୍ମଚାରୀଙ୍କ ଅହରାତ୍ର ଧାରଣା

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁନ ଶନିବାର/ଖୋର୍ଦ୍ଧା-ଜଟଣୀ :- ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ସ୍ଥିତ ଟାଇଟ ଇଂଜିନିୟରିଂ କଲେଜ ସମ୍ମୁଖରେ କର୍ମଚାରୀ ମାନେ ଅହରାତ୍ର ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବକେୟା ଦରମା ଏବଂ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ପ୍ରତିବାଦରେ କର୍ମଚାରୀ ମାନେ ଆଜି କଲେଜର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ଏମାନଙ୍କ ମୁଖ୍ୟତଃ ଦାବୀ ହେଉଛି ଆମର ବକେୟା ଦରମା ଦିଅ ଏବଂ ଆମକୁ ଛଟେଇ ନ’କରି ପୁନଃହ ନିଯୁକ୍ତି ଦିଅ

ସୂଚନା ଯୋଗ୍ୟ ଏହି କଲେଜ ପୂର୍ବରୁ ମହାରାଜା ଇଂଜିନିୟରିଂ କଲେଜ ଥିଲା ଗତ କିଛିଦିନ ତଳେ ଟାଇଟ ଇଂଜିନିୟରିଂ କଲେଜରେ ପରିଣତ ହୋଇଛି କିନ୍ତୁ ପୂର୍ବରୁ ମହାରାଜା କଲେଜରେ କାମ କରୁଥିବା ଏହି କର୍ମଚାରୀ ମାନେ ସେମାନଙ୍କ ବକେୟା ଦରମା ପାଇନାହାନ୍ତି ଏବଂ ବର୍ତ୍ତମାନ ଟାଇଟ ଇଞ୍ଜିନିୟରିଂ କତ୍ତୃପକ୍ଷ ସେମାନଙ୍କୁ ଥଇଥାନ ବଦଳରେ ଛଟେଇ କରୁଛନ୍ତି ଯାହାର ପ୍ରତିବାଦରେ ଏହି ଧାରଣା ଚାଲିଛି ।

ସୂଚନା ଥାଉକି ୨୦୦୮ ମସିହାରେ ମହାରାଜା କଲେଜ ନିର୍ମାଣ ସମୟରେ ସ୍ଥାନୀୟ ଲୋକଙ୍କ ଜମିକିଣି କଲେଜ ନିର୍ମିତ ହୋଇଥିଲା ମହାରାଜା କତ୍ତୃପକ୍ଷ ଜମି ଅଧିଗ୍ରହଣ ସମୟରେ ପ୍ରତେକ ଜମି ମାଲିକଙ୍କ ପରିବାରରୁ ଜଣକୁ ଚାକିରୀ ଦେବାର ପ୍ରତିଶୃତି ଦେଇଥିଲେ ଏବଂ ଚାକିରୀ ମଧ୍ୟ ଦେଇଥିଲେ । ହେଲେ ଇତି ମଧ୍ୟରେ ମହାରାଜା କତ୍ତୃପକ୍ଷ ଉକ୍ତ କଲେଜକୁ ଟାଇଟ ଇଂଜିନିୟରିଂ ଗ୍ରୁପକୁ ବିକ୍ରୀ କରିଦେଇଥିବାରୁ ସେ ମହାରାଜାର ପୂର୍ବ ପ୍ରତିଶ୍ରୁତିକୁ ମାନିବାକୁ ଅନିଚ୍ଛା ପ୍ରକାଶ କରୁଛି।

 

ତେଣୁ ପ୍ରାୟ ୨୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆଜି ଗେଟ ସମ୍ମୁଖରେ ସଙ୍ଘର ସଭାପତି ମହମ୍ମଦ ଆରିଫ ଓ ଉପଦେଷ୍ଟା ଯୋଗେଶ ନାୟକଙ୍କ ନେତୃତ୍ୱରେ ଅହରାତ୍ର ଧାରଣାରେ ବସିଥିଲେ । ଜଟଣୀ ପୋଲିସ ପ୍ରଶାସନ କଲେଜ ପରିଚାଳନା କମିଟି ସହ ଆଲୋଚନା କରିବା ପରେ ଆସନ୍ତା ମାସ ଚାରି ତାରିଖରେ କର୍ମଚାରୀ ଓ ପରିଚାଳନା କମିଟିର ବୈଠକରେ ଆଲୋଚନା କରି ଧାରଣାରତ କର୍ମଚାରୀଙ୍କ ଦାବିପ୍ରତି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ସ୍ଥଗିତ ରହିଛି ।ଆସନ୍ତା ଚାରି ତାରିଖ ବୈଠକରେ ଉପଯୁକ୍ତ ନ୍ୟାୟ ନ’ମିଳିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଭାପତି ଆରିଫ ଚେତାଇ ଦେଇଛନ୍ତି ।

Exit mobile version