
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ଭୁବନେଶ୍ୱର :- ମେଷ : ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିକୋଣରେ ଲାଭଦାୟୀ ରହିବ। ଧନଲାଭ ସହିତ ଲମ୍ବା ସମୟ ପାଇଁ ଧନର ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନରେ ଆଜି ଆପଣ ସୁସ୍ଥତା ଅନୁଭବ କରିବେ। ଆପଣଙ୍କ ଦିନ ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆମୋଦ-ପ୍ରମୋଦରେ କଟିବ। ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ। ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ।

