
ଓଡ଼ିଶା ତାଜା ନ୍ୟୁଜ୍/୧୬ ଗୁରୁବାର/ବରଗଡ଼ :- ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବାର ବାର୍ତ୍ତା ଦେବା ଓ ସେମାନଙ୍କ ହାତ ପାହାନ୍ତାରେ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ପରିକ୍ରମା କରୁଥିବା ବରଗଡ଼ର ‘ଶିଶୁଶ୍ରୀ’ ଭ୍ରାମ୍ୟମାଣ ପାଠାଗାର ବରଗଡ଼, ପୁରୀ, ଯାଜପୁର, କଟକ, ବାଲେଶ୍ଵର ପରିକ୍ରମା କରି ଷଷ୍ଠ ଜିଲ୍ଲା କ୍ରମରେ ଖୋର୍ଦ୍ଧା ଜିଲ୍ଲାର ଢମଣା ଅନ୍ତର୍ଗତ ଗାଡକଣ ଗ୍ରାମର ଗଡେଶ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ‘ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ’ର ଆୟୋଜନ କରିଛି ।

