ପ୍ରତିଯୋଗିତାର ବିଜେତା ଦେବାଙ୍ଗିନୀ ବେହେରାଙ୍କୁ ସମ୍ମାନିତ କରିବା ଲାଗି ଓଡ଼ିଶାର ନେକ୍ଷସ୍ ଏସ୍ପ୍ଲାନେଡ୍ ମଲ୍ରେ ଏହି ଅବସରରେ ଯୋଗ ଦେଇଥିଲେ ସେଲିବ୍ରିଟି ଭୂମିକା ଦାଶ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଗୁରୁବାର/ଭୁବନେଶ୍ୱର :- ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍ଷ୍ଟାଇଲ୍ ପକ୍ଷରୁ ଲାଇଫ୍ଷ୍ଟାଇଲ୍ ମିସ୍ ରଜ ୨୦୨୨ର ସଫଳତା ସହିତ ନେକ୍ଷସ୍ ଏସ୍ପ୍ଲାନେଡ୍ ମଲ୍ ଷ୍ଟୋର୍ରେ ତିନି ଦିନିଆ ରଜ ପର୍ବକୁ ପାଳନ କରାଯାଇଛି । ରଜ ପର୍ବ ସହିତ ନାରୀତ୍ୱର ଭାବକୁ ପାଳନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଯିଏ ଗ୍ରାଣ୍ଡ୍ ଫିନାଲେରେ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରିଛନ୍ତି । ୨୦୨୨ ମେ’ ୨୭ରେ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ନିଜ ସୋସିଆଲ୍ ମିଡିଆ ପେଜ୍ରେ ଲାଇଫ୍ଷ୍ଟାଇଲ୍ ମିସ୍ ରଜ ୨୦୨୨ ପ୍ରତିଯୋଗିତା ବିଷୟରେ ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ଯୁବ ମହିଳାମାନଙ୍କୁ ସେମାନଙ୍କ ଫେସନ ଦକ୍ଷତାକୁ ଉପସ୍ଥାପିତ କରିବା ଏବଂ ଇନଷ୍ଟାଗ୍ରାମ୍ରେ ନିଜର ସବୁଠୁ ଫେସନେବଲ୍ ଫଟୋ ଅପ୍ଲୋଡ୍ କରି ପ୍ରତିଯୋଗିତାରେ ଭାଗ ନେବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ।
