ଶ୍ରୀ ଅଲାରନାଥ ମହାପ୍ରଭୁ : ବ୍ରହ୍ମଗିରି,ପୁରୀ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁନ ଗୁରୁବାର/ଭୁବନେଶ୍ୱର :- ତାମିଲ ବୈଷ୍ଣବ ଅଲୱାର ସନ୍ଥ ମାନେ ବ୍ରହ୍ମଗିରିଠାରେ ବ୍ରହ୍ମାଙ୍କ ସ୍ଥାପିତ ଶ୍ରୀ ବିଷ୍ଣୁ ବିଗ୍ରହଙ୍କୁ ପୂଜା କରୁଥିଲେ l  ତେଣୁ ତାଙ୍କୁ ଅଲୱାର ନାଥ ଓ ଏହା କାଳକ୍ରମେ ଅପଭ୍ରଂଶ ହୋଇ ଅଲାରନାଥ ଭାବରେ ସୁବିଦିତ ହେଲା l ବୈଷ୍ଣବ ଚାରି ସତ ସମ୍ପ୍ରଦାୟ ଭିତରୁ ଶ୍ରୀ ସମ୍ପ୍ରଦାୟର ଶ୍ରୀ ରାମାନୁଜାଚାର୍ଯ୍ୟ ହେଉଛନ୍ତି ଗଙ୍ଗ ବଂଶ ପ୍ରତିଷ୍ଠାତା ଶ୍ରୀ ଚୋଡ଼ଗଙ୍ଗ ଦେବଙ୍କ ଗୁରୁ l ସେ ପୁରୀ ଶ୍ରୀକ୍ଷେତ୍ରରେ ଏମ୍ବାର (ଅପଭ୍ରଂଶ ହୋଇ ଏମାର) ମଠ ର ସ୍ଥାପୟିତା l

ଦେବ ସ୍ନାନ ପୂର୍ଣ୍ଣିମା ପରେ ଅଲାରନାଥ ଙ୍କ ଠାରେ ଭକ୍ତ ମାନେ ଦର୍ଶନ କରନ୍ତି ଓ ଏହା ଜଗନ୍ନାଥ ଦର୍ଶନ ତୁଲ୍ୟ ଫଳ ଦାୟକ l ଏହା ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସମୟରୁ ପ୍ରଚଳିତ l ଖ୍ରୀ 1510 ରେ ଶ୍ରୀ ଚୈତନ୍ୟ ଆସି ଏହି ପରମ୍ପରାକୁ ଦୃଢ଼ୀଭୂତ କଲେ l  ତାଙ୍କ ଅନୁଗାମୀ ରାୟ ରାମାନନ୍ଦଙ୍କ ଘର ବ୍ରହ୍ମଗିରିର ବେନ୍ତପୁର ଗ୍ରାମ l 

ତେଣୁ ସେ ସମୟରୁ ଏହି ଅଲାରନାଥ ପୀଠର ମାହାତ୍ମ୍ୟ ସୁଦୂର ପ୍ରସାରି ହୋଇଥିଲା l ଅଲାରନାଥଙ୍କ କ୍ଷୀରି ଭୋଗ ଓ ଅବଢ଼ା ଭୋଗ ବିଶେଷ ପ୍ରସିଦ୍ଧି ଲାଭ କରିଛି l ଏଠାରେ ଅଲାରନାଥ ମନ୍ଦିର ଫଟୋ, ଅଲାରନାଥ ଙ୍କ ଶ୍ରୀ ବିଗ୍ରହ, ମାଆ ଲକ୍ଷ୍ମୀ ଙ୍କ ବିଗ୍ରହ, ଓ ଶ୍ରୀ ଚୈତନ୍ୟଙ୍କର ଦାରୁ ବିଗ୍ରହ ଦିଆ ଯାଇଛି l

ଜୟ ଶ୍ରୀ ରାମାନୁଜାଚାର୍ଯ୍ୟ ଓ ଶ୍ରୀ ଚୈତନ୍ୟ l ଜୟ ଶ୍ରୀ ଅଲାରନାଥ ମହାପ୍ରଭୁ l ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l ଓଁ ନମୋ ଭଗବତେ ବାସୁଦେବାୟ l

 

Exit mobile version