
ଓଡ଼ିଶା ତାଜା ନ୍ୟୁଜ୍ / ୧୬ ଗୁରୁବାର / ପୁରୀ :- ସ୍ନାନବେଦିରେ ୧୦୮ ଗରା ଜଳ ସ୍ନାନ କରି ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ନୀତି ଆରମ୍ଭ ହୋଇଛି । ବୁଧବାର ଚତୁ୍ଦ୍ଧା ମୂର୍ତ୍ତିଙ୍କ ଅଣସର ପିଣ୍ଡରେ ସ୍ଵତନ୍ତ୍ର ନୀତି ପାଳନ ହେଉଛି । ଏହି ସମୟରେ ପିଣ୍ଡି ସମ୍ମୁଖରେ ପୂଜାଇବେ ପଟ୍ଟିଦିଅଁ । ଏଣୁ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ପଟ୍ଟିଦିଅଁ ବିଜେ ହେବା ପରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ଉପଚାର ନୀତି ଅନୁଷ୍ଠିତ ହେଉଅଛି । ଏହି ଦିନ ମାନଙ୍କ ରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ ନାହିଁ । ବିଧି ଅନୁସାରେ ଜଗମୋହନ ରେ ବିଜେ ପଟ୍ଟି ଦିଅଁ ମାନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି ଭକ୍ତ ମାନେ ।

