
ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁନ ବୁଧବାର/ଭୁବନେଶ୍ୱର :- ଭାରତର ନୂତନ ପାର୍ଲିଆମେଣ୍ଟ ଭବନ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହାର ନକ୍ସା ଓ ଡିଜାଇନ ଏହି ମନ୍ଦିର ର ଅନୁସାରେ ପ୍ରସ୍ତୁତ ହୋଇଛି l କଚ୍ଛପଘାଟ ରାଜା ଦେବପାଳ ଖ୍ରୀ ୧୦୫୫ ରୁ ୧୦୭୫ ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଇଥିଲେ l ଏଥିରେ ୬୪ ଯୋଗିନୀଙ୍କ ପାଇଁ ୬୪ ଟି ପୃଥକ ଛୋଟ ମନ୍ଦିର ଏବଂ ଶିଵଙ୍କ ପାଇଁ ଗୋଟିଏ ମନ୍ଦିର ଏପରି ସମୁଦାୟ ୬୪ଟି ମନ୍ଦିର ରହିଛି l

ଏହି ବୃତ୍ତାକାର ପୀଠର ମଝିରେ ଗୋଟିଏ ଭୈରବ ମନ୍ଦିର ରହିଛି l ମନ୍ଦିରଟି ଗୋଟିଏ ଶହେ ଫୁଟ ଉଚ୍ଚ ଛୋଟ ପାହାଡ଼ ଉପରେ ଅବସ୍ଥିତ l ପାହାଡ଼ ଉପରକୁ ଶହେଟି ପାହାଚ ରହିଛି l ଏହି ମନ୍ଦିର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ l ଏହା ଏକ ଜ୍ୟୋତିଷ, ଗଣିତ ଓ ତନ୍ତ୍ର ଶାସ୍ତ୍ରର ଉତ୍କର୍ଷ ସାଧନା ଓ ଶିକ୍ଷାଦାନ କେନ୍ଦ୍ର ହିସାବରେ ସର୍ବ ଭାରତୀୟ ସ୍ତରରେ ତତ୍କାଳୀନ ସମୟରେ ପ୍ରସିଦ୍ଧି ଲାଭ କରିଥିଲା l
