ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁନ ବୁଧବାର/ମାଲକାନଗିରି,ପଡିଆ :- ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ରେଡକ୍ରସ୍ରର ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଡଃ ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଡି.ଡି.ଇଉ.ଜି.କେ.ୱାଇ ର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ । ହେନେରୀ ଡୁନାଣ୍ଟ ଙ୍କ ଫଟୋ ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଆଠଟି ରକ୍ତଦାତା ଅନୁଷ୍ଠାନ ଯଥା ଜୀବନ ବିନ୍ଦୁ, ଆମ ଓଡ଼ିଶା, ଜୟ ମାଲକାନଗିରି, ଟିମ୍ ଉଇକେନ୍, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ମାହେଶ୍ଵରୀ ଯୁବ ସଙ୍ଗଠନ, ତ୍ରିରଙ୍ଗା, ସୁନୀଜାନା ସମଜିତ କମିଟି ଆଦି ଙ୍କୁ ଆମନ୍ତ୍ରିତ କରି ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆଦିବାସୀ କଲ୍ୟାଣ ବିଭାଗ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
