ରାଜ୍ୟରେ ଖୋଲିବ ସରକାରୀ ମଦ ଦୋକାନ, ଭୁବନେଶ୍ୱର

http://www.dreamstime.com/royalty-free-stock-photos-variety-single-beer-bottles-irvine-ca-may-popular-brands-many-brands-including-domestic-import-beers-shown-including-image41582098

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୧୭ ମଇ, ରବିବାର :- ପ୍ରଥମ ପର୍ଯ୍ୟାୟ କରୋନା ଲକ୍‌ ଡାଉନ୍ କଟକଣା ଯୋଗୁ ଦୀର୍ଘଦିନ ହେବ ରାଜ୍ୟରେ ସମସ୍ତ ମଦ ଦୋକାନକୁ ବନ୍ଦ କରାଯାଇଥିଲା, ବଂଦ ହୋଇଥିବା ମଦ ଦୋକାନଗୁଡିକ ଖୁବ୍‌ଶୀଘ୍ର ଖୋଲିବା ପାଇଁ ସରକାରୀ ସ୍ତରରେ ପକ୍ରିୟା ଆରମ୍ଭ ହେଇଥିବା ପରୋକ୍ଷରେ ସରକାରୀ ଭାବେ ଏମିତି ସୂଚନା ମିଳୁଛି । ରାଜ୍ୟର ୧୧ ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ଓ ବ୍ରେୱେରୀ ୟୁନିଟ୍‌ ଗୁଡିକୁ ଚାଲୁ କରିବାକୁ ଅବକାରୀ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନର ୨ଦିନ ପରଠାରୁ ରାଜ୍ୟରେ ଥିବା ସମସ୍ତ ମଦ ଦୋକାନ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ସମୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କେନ୍ଦ୍ର ସରକାରଙ୍କ ଅନୁମତି ପରେ କିଛି ରାଜ୍ୟରେ ମଦ ଦୋକାନ ଖୋଲଯାଇଛି । ହେଲେ ଓଡ଼ିଶାରେ ମଦ କାରବାର ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ମଦ ଦୋକାନ ବନ୍ଦ ଯୋଗୁଁ ରାଜସ୍ୱ କ୍ଷତି ହେଉଥିବାବେଳେ ବେଳେ ଚୋରା ମଦ କାରବାର ବଢ଼ି ବଢ଼ି ଚାଲିଛି, ଏଭଳି ସ୍ଥିତିରେ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ ବିଚାରବିମର୍ଶ ଚଳାଇଛନ୍ତି ।

ମଦ ଦୋକାନ ଖୋଲିଲେ ଗ୍ରାହକଙ୍କ ଚାହିଦା ପୂରଣ ହେବ, କିନ୍ତୁ ଗ୍ରାହକଙ୍କ ଚାହିଦା ଅନୁଯାଇ ଗୋଦାମରେ ଯଥେଷ୍ଟ ପରିମାଣର ମଦ ନାହିଁ । ତେଣୁ ମଦ ମହଜୁଦ କରିବାକୁ ଗଞ୍ଜାମ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, ସମ୍ବଲପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ବଲାଙ୍ଗୀର, ଜଗତସିଂହପୁର ଓ କଟକରେ ଥିବା ବଟ୍‌ଲିଂ ପ୍ଲାଣ୍ଟ ଓ ବ୍ରେୱେରୀ ୟୁନିଟ୍‌ କୁ ଖୋଲିବାପାଇଁ ସରକାରୀ ସ୍ତରରେ ଯାଞ୍ଚ ପରେ ଏହିସବୁ ଚାଲୁ କରିବାକୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି

Exit mobile version