ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ପାରଳାଖେମୁଣ୍ଡି :- ୩୦ ହଜାର ଟଙ୍କାରେ ମିଳିବ ଦେଢ ଲକ୍ଷ ଟଙ୍କାର ବାଇକ । ଏହି ଭଳି ପ୍ରଲୋଭନ ଦେଖାଇ ଗଜପତି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କୁ ଠକିଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବକକୁ ଗିରଫ କରିଛି ସେରଙ୍ଗ ଥାନା ପୋଲିସ । ଗିରଫ ଯୁବକର ନାମ ଆରିକା ଭାସ୍କର ରାଓ । ଆନ୍ଧ୍ର ପ୍ରଦେଶ ପାର୍ବତୀ ପୁରମ ଅଞ୍ଚଳର ବୋଲି ସରାଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା କହିଛନ୍ତି ଲୋକଙ୍କୁ ଠକି ଗିରଫ ହେଲେ ଆନ୍ଧ୍ର ଯୁବକଏହି ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏଥିରେ ଆଉ କେହି ସଂପୃକ୍ତ ଅଛି କି ନାଇ ସେ ନେଇ ଜଣାପଡିବ । କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ ଭାସ୍କର ନିଜକୁ ଖ୍ରୀଷ୍ଟ ଧର୍ମର ପ୍ରଚାରକ ବୋଲି ପରିଚୟ ଦେଇ ଜିଲ୍ଲାର ଅନେକ ସ୍ଥାନ ଗୁମ୍ମା, ନୂଆଗଡ,ରାୟଗଡ଼, ଆଦି ବ୍ଲକ ରେ ରହୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ମଦର ଟେରେସା ଫାଉଣ୍ଡ ସେନ ମାଧ୍ୟମରେ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକଙ୍କୁ ଶସ୍ତାରେ ବାଇକ ଯୋଗାଇ ଦିଆଯାଉଥିବା କହିଥିଲେ । ମାତ୍ର ୩୦ ହଜାର ଟଙ୍କା ଦେଇ ଦେଢ ଲକ୍ଷ ଟଙ୍କାର ବାଇକ ଯୋଗାଇ ଦିଆଯିବା ବୋଲି ପ୍ରଲୋଭନ ଦେଖାଇଥିଲେ ।
