ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୮ବର୍ଷର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ – ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାଇକ ରାଲି ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରୁ ଭାରତର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଶ୍ରୀ ତେଜସ୍ୱି ସୁରିୟା ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଭାପତି ଶ୍ରୀଏରେସିସ ଆଚାର୍ଯ୍ୟ ଜୀଙ୍କ ଆହ୍ୱାନ କ୍ରମେ ଓ ବିଜେପି ଜିଲ୍ଲା ଯୁବ ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି । ଆଠ ବର୍ଷ ସେବା,ସୁ ଶାସନ ,

ଗରିବ କଲ୍ୟାଣ ପର୍ବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ବାଇକ ରାଲି ସମାବେଶ କରାଯାଇ ସହର ପରିକ୍ରମା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ପାରଳା ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ ନାରାୟଣ ରାଓ ,ch ସୀମାଦ୍ରୀ, ଜଗନ୍ନାଥ ମହାପାତ୍ରଙ୍କ, ବାବୁନ । ବେହେରା ଙ୍କ ସମେତ ବହୁ ବଜେପି କର୍ମୀ ଉପସ୍ଥିତ ଥିଲେ ।

Exit mobile version