ଜୀବିକା ମିଶନ ତରଫରୁ ଅନୁଷ୍ଠିତ କର୍ମଶାଳା ରେ ଯୋଗଦେଲେ ସିଙ୍ଗାରପଲ୍ଲୀ ସରପଞ୍ଚ

ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ଓଡ଼ିଶା ଜୀବିକା ମିଶନ , ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ତରଫରୁ ମା ପେଟେଇ ଚଣ୍ଡୀ ପୀଠ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ ମହିଳା ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଜୀବିକା ମିଶନ ର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ତତ୍ ସହିତ କର୍ମଶାଳା ର ସଫଳ ଆୟୋଜନ ପାଇଁ ଦକ୍ଷ ନଥିପତ୍ର ପରିଚାଳିକା ( ଏମ୍.ବି.କେ.) ଏବଂ ସମସ୍ତ ଗୋଷ୍ଠୀ ସହାୟିକା ( ସି ଆର୍ ପି) ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହି କର୍ମଶାଳା ରେ ଏମ୍ ବି କେ,ସି ଆର୍ ପି ଏବଂ ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଯୋଗ ଦେଇଥିଲେ ।

Exit mobile version