ରଣପୁରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ : ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ରଣପୁର :- ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧା ମୁରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରିବେ ଭକ୍ତ । ରତ୍ନ ସିଂହାସନରେ ବର୍ଷତମାମ ମହାପ୍ରଭୁଙ୍କ ସ୍ନାନବିଧି ପାଳନ ହୋଇ ଆସୁଛି ।

ଦେବସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଅଧିବାସିତ ଜଳରେ ସ୍ନାନବେଦିରେ ଭକ୍ତଙ୍କ ଆଗରେ ସ୍ନାନ କରିବେ । ଆଜି ଦେଉଳ ମଧ୍ୟରୁ ବାହାରି ସ୍ନାନବେଦିକୁ ମହାପ୍ରଭୁ ଗୋଟି ପହଣ୍ଡିରେ ଆସି ବିଜେ କରିଛନ୍ତି। ଚଳିତ ବର୍ଷ ଦେବସ୍ନାନ ତିଥିରେ ଅନ୍ୟତମ ମୁଖ୍ୟ ଆକର୍ଷଣ ପ୍ରଭୁଙ୍କ ହାତୀ ବେଶ । ତେବେ ଭକ୍ତମାନେ ସାହାଣମେଲା ଦର୍ଶନ ସ୍ନାନ ବେଦିରେ କରୁଛନ୍ତି ।

ସୂଚନା ଥାଉ କି ଗତ ଦୁଇ ବର୍ଷ ଧରି ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରୁ ନ ଥିଲେ କେବଳ ମନ୍ଦିର ପରିସର ମଧ୍ୟରେ ଠାକୁରଙ୍କ ନୀତି ସମ୍ପନ୍ନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ଭକ୍ତମାନେ ସିଧାସଳଖ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି

ସକାଳୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି । ଏଥି ନେଇ ରଣପୁର ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଅଞ୍ଚଳର ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ମହାପ୍ରଭୁଙ୍କ ଦର୍ଶନ ରାତି ୧୦ ଟା ପର‌୍ୟ୍ୟନ୍ତ ଚାଲୁ ରହିବ ବୋଲି ଜଣା ପଡିଛି

 

Exit mobile version