
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ରଣପୁର :- ଚଳିତ ବର୍ଷ ରଣପୁରରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ଵୀକୃତି ପ୍ରଦାନ ପରେ ତିନି ଠାକୁର ଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ରଣପୁର ଜଙ୍ଗଲ ରୁ ଆବଶ୍ୟକ ପରିମାଣ ର କାଠ ଆସି ତିନି ବିଗ୍ରହ ମାନଙ୍କ ରଥ ନିର୍ମାଣର ପରମ୍ପରା ରହିଛି ହେଲେ ହେଁ ଚଳିତ ବର୍ଷ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ କାଠ ର ଅଭାବ ଦର୍ଶାଇ କାଠ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ ।

