ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଦମଦୁଆ ଗ୍ରାମ ଠାରେ ଆଦିବାସୀଙ୍କ ସଡ୍ରା ପର୍ବ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍/୧୩ ଜୁନ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ଠାରେ ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ସଡ୍ରା ପର୍ବ କରି ଆସୁଛନ୍ତି । ଆଦିବାସୀ ମାନେ ମାଟି ଦେବତାକୁ ପ୍ରଥମ କରି ବିଲରେ ଚାଷ କରିବା ପାଇଁ ବିଲରେ ବିହନ ବୁଣିବା ପାଇଁ ମାଟି ଦେବତାଙ୍କୁ ପୂଜା କରନ୍ତି । ତାପରେ ସଡ୍ରା ପର୍ବ ୩ ଦିନ ଧରି ନିସ୍ତାର ସହ ଉପବାସ ରହି ପାଳନ କରିଥାନ୍ତି । ଗାଁରେ ଆମିଷ ଭୋଜନ ପୁରା ପୁରୀ ନିଷେଧ କରନ୍ତି ଏହି ୫ ଦିନ ପାଇଁ ଗ୍ରାମଦେବତୀ ଓ ଠାକୁରାଣୀ ଙ୍କୁ ପୂଜା କରନ୍ତି ।

ଆଦିବାସୀ ମାନେ ଭଲ ଫସଲ ଅମଳ ହେବାସହ ,ଗାଁରେ ଗୃହପାଳିତ ପଶୁ ଯଥା ଗୋରୁ ଗାଈ ଛେଳି ଓ ଗ୍ରାମବାସୀଙ୍କ ଦେହ ଆରୋଗ୍ୟ ରହିବ ବୋଲି ଆଦିବାସୀ ମାନେ ବିଶ୍ବାସ କରି ଏହି ପର୍ବ କରି ଆସିଛନ୍ତି । ଆଖ ପାଖ ପୋଡ଼ଶି ଗାଁ ଲୋକେ ଆସି ସଡ୍ରା ପର୍ବରେ ସାମିଲି ହୁଅନ୍ତି ,ପର୍ବରେ ସନ୍ଧ୍ୟା ଓ ସକାଳରେ ପାରମ୍ପରିକ ବାଜା ତାଳରେ ନାଚଗୀତ କରନ୍ତି ଝିଅ ଓ ପୁଅ ମାନେ ମିଳିତ ନିଜ ପାରମ୍ପରିକ ବେଶ ପୋଷାକ ପିନ୍ଧି ବନ୍ଧୁ ବାନ୍ଧବଙ୍କ ସହ ନାଚ ଗୀତ ରେ ମସଗୁଲ ରହନ୍ତି। ନାନାଦି ପ୍ରକାର ପିଠା ପଣା କରି ସଡ୍ରା ପର୍ବ ମହା ଆଡମ୍ବର ସହ ପାଳନ କରନ୍ତି ।

Exit mobile version