ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁନ ରବିବାର/ମାଲକାନଗିରି, ପଡିଆ :- ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।

ନେହେରୁ ଯୁବକେନ୍ଦ୍ର ର ସଂଯୋଜକ ହରିଶ ରୂପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୀମା ସୁରକ୍ଷା ବଳ ଡି.ଆଇ.ଜି ଶୈଳେନ୍ଦ୍ର ସିଂହ୍ଵା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦାୟୀ କମାଣ୍ଡାଣ୍ଟ ତୀର୍ଥ ଆଚର୍ଯ୍ୟ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଦାୟୀ କମାଣ୍ଡାଣ୍ଟ ୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ରୂପେ ସୁନାମ ଅର୍ଜନ କରିଥିଲେ ।
