ରାଜସ୍ବ ଗ୍ରାମର ମାନ୍ୟତା ପାଇଲା ସିଙ୍କୁଳା ତଇଲା ଗ୍ରାମ

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁନ ରବିବାର/ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଅଧିନରେ ଥିବା ସିଙ୍କୁଳା ତଇଲା ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ରାଜସ୍ବ ଗ୍ରାମ ର ମାନ୍ୟତା ପାଇଛି । ରାଜସ୍ବ ଗ୍ରାମ ର ମାନ୍ୟତା ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦଶପଲ୍ଲା ବିଧାୟକ ଏବଂ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି ।

ରାଜସ୍ବ ଗ୍ରାମ ର ମାନ୍ୟତା ପାଇବା ପରେ ସିଙ୍କୁଳା ତଇଲା ଗ୍ରାମବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ରାଜସ୍ବ ଗ୍ରାମ ର ମାନ୍ୟତା ପାଇବା ପରେ ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version