ଗଜପତିଜିଲ୍ଲା ଆର.ଉଦୟଗିରି ବ୍ଲକର ୪ଗୋଟି ୫ଟି ବିଦ୍ୟାଳୟକୁ ଭର୍ଚ୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କଲେ

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁନ ଶନିବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚ୍ଚୁଆଲ ମାଧ୍ୟମରେ ଚାରିଗୋଟି ୫ଟି ବିଦ୍ୟାଳୟର ଲୋକାର୍ପିତ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ୩୧ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡିକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ଏଥିମଧ୍ୟରୁ ଆର୍.ଉଦୟଗିରି ବ୍ଲକର ୪ଟି ଯଥା ମହେନ୍ଦ୍ରଗଡସ୍ଥିତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ, ଆର୍.ଉଦୟଗିରିସ୍ଥିତ ଉଚ୍ଚ ବିଦ୍ୟାଳୟ, ରଣ୍ଡିବା ସ୍ଥିତ ଉଚ୍ଚ ବିଦ୍ୟାଳୟ ଏବଂ ଭାଲିଆସାହିସ୍ଥିତ ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କରାଯାଇଛି

। ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଶ୍ରୀ ଜି ତିରୁପତି ରାଓ ତଥା ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Exit mobile version