ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁନ ଶନିବାର/ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ କୁ ମିଳିଛି ବଡ଼ ସଫଳତା । ଗତକାଲି ପ୍ରାତଃ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ପଶୁ ଶିକାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନେ ଜନ୍ତୁ ଶିକାର କରିବା ପାଇଁ ୨ କିମି ଜି ଆଇ ତାର ବିଛାଇ ଫାସ ବସାଇଥିଲେ ।

ଏହି ଖବର ପାଇ ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ଶିକାରୀ ମାନଙ୍କୁ ଧରିବା ପାଇଁ ସେହି ସ୍ଥାନରେ ଜଗି ବସିଥିଲେ । ସଂପଡ଼ା ଗ୍ରାମର ସମୀର ସ୍ୱାଇଁ,ବିକାଶ କୁମାର ମାର୍ଥା,ପ୍ରଶାନ୍ତ ମହାରଣା ପ୍ରାତଃ ୪ ଟା ସମୟରେ ଜି ଆଇ ତାର କାଢ଼ିବା ପାଇଁ ସେହି ସ୍ଥାନରେ ପହଞ୍ଚିଥିଲେ । ଆଗରୁ ଜଗି ରହିଥିବା ବନ କର୍ମଚାରୀ ୩ ଜଣ ଶିକାରୀ କୁ କାବୁ କରିନେଇଥିଲେ ।
