Home ଓଡ଼ିଶା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ : ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ – ଶରତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ପଦ ଭାର ସମ୍ଭାଳିଲେ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କଲେ ଶରତ ପଟ୍ଟନାୟକ ୯ ରୁ ୯୦ହେବ, ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ – ଶରତ ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ଭୁବନେଶ୍ୱର :- ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଆଜି ଦିନ ଘ. ୧୧.୩୦ ମି. ସମୟରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରେ ପଂହଚିଲା ପରେ ରାଜ୍ୟ କଂଗ୍ରେସ ତରଫରୁ ଶ୍ରୀ ପଟ୍ଟନାୟକଙ୍କ ଏକ ବିରାଟ ବଡ଼ ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟାଳୟକୁ ଆଣିଥିଲେ । ସାରା ରାଜ୍ୟରୁ ପ୍ରତ୍ୟେକ କୋଣ ଅନୁକୋଣରୁ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ତଥା ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତୃବୃନ୍ଦ ସମସ୍ତେ ଆଜି ଏକାକାର ହୋଇ ଶ୍ରୀ ଶରତ ପଟ୍ଟନାୟକଙ୍କ ପଟୁଆରରେ ସାମିଲ ହୋଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ଓ ସହସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ ଏକ ଖୋଲାଗାଡ଼ିରେ ଶୋଭାଯାତ୍ରାରେ ରହିଥିଲେ । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଏକ ବିରାଟ ବାଇକ ର୍ୟାଲିର ଆୟୋଜନ କରାଯାଇଥିଲା । ଘଂଟୁଆ, ଶଙ୍ଖୁଆ, ଖୋଳ, କୀର୍ତନ ଇତ୍ୟାଦି କରି ବିମାନ ବନ୍ଦର ଠାରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲେ । ସାରା କଂଗ୍ରେସ କାର୍ଯ୍ୟାଳୟ ଲୋକାରଣ୍ୟ ହୋଇଯାଇଥିଲା । ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥିଲା ଏବଂ ସମସ୍ତେ ଆଜି ସଂକଳ୍ପବଦ୍ଧ ହୋଇ କିଭଳି କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରାଯିବ ଓ ଆସନ୍ତା ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ଜୋରଦାର ଲଢ଼େଇ ହେବ ସେ ଆଶାକୁ ଉଜ୍ଜୁବିତ କରିବାପାଇଁ ଆଜି ସମସ୍ତେ ପଂହଚିଥିଲେ କଂଗ୍ରେସ କାର୍ଯ୍ୟାଳୟରେ । ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଛାତ୍ର, ଯୁବ, ମହିଳା, ସେବାଦଳର ସମସ୍ତ କର୍ମୀ ସଭାମଂଚରେ ଉପସ୍ଥିତ ଥିଲେ । ଏହି ସଭାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ସାଂସଦ ସପ୍ତଗିରୀ ଉଲ୍ଲାକା, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ଶରତ ରାଉତ, ସୁଶିଳା ତିରିଆ, ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସିଏସ ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ବାଚସ୍ପତି ଚିନ୍ତାମଣି ଧ୍ୟାନ ସାମନ୍ତରାୟ, ପୂର୍ବତନ ବିରୋଧି ଦଳ ନେତା, ସୁରେନ୍ଦ୍ର ସିଂ ଭୋଇ, କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି, ନିରଞ୍ଜନ ନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତିଗଣ ଉପସ୍ଥିତ ଥିଲେ । ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେ ଆସନ୍ତା ଦିନରେ କଂଗ୍ରେସ ଓଡ଼ିଶାର ୩୧୪ ଟି ବ୍ଲକକୁ ଯିବ ଓ ସାରା ରାଜ୍ୟରେ ପ୍ରତ୍ୟେକ କୋଣ ଅନୁକୋଣକୁ କଂଗ୍ରେସ ପଦଯାତ୍ରା କରିବ । ୧୯୯୫ ମସିହାରେ ଯେଉଁଭଳି ଭାବରେ କଂଗ୍ରେସ ପୂର୍ନବାର କ୍ଷମତା ଦଖଲ କରିଥିଲା ୨୦୨୪ ସାଧାରଣ ନିର୍ବାଚନରେ ଠିକ ସମାନ ଭାବରେ ସମାନ ଢ଼ଙ୍ଗରେ କଂଗ୍ରେସ ୯ ରୁ ୯୦ ବିଧାୟକ ଜିତିବ ପୂର୍ନବାର କ୍ଷମତା ଦଖଲ କରିବ । ଦୀର୍ଘ ୨୨ ବର୍ଷ କାଳ ଓଡ଼ିଶାରେ ଏକ ସରକାର ଚାଲିଛି କିନ୍ତୁ ଏ ସରକାରର ନିଷ୍ଠା ନାହିଁ ଓଡ଼ିଶାର ପ୍ରଗତି କରିବାପାଇଁ । ଏ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର । ପ୍ରତିବର୍ଷ ୨ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ୨୨ ବର୍ଷରେ ୪୪ଲକ୍ଷ ରୋଜଗାର ଦେବା କଥା କିନ୍ତୁ ଆଜି ରାଜ୍ୟରେ ୬୪ ଲକ୍ଷ ଯୁବକ ଯୁବତୀ ବେକାର ହୋଇ ବୁଲୁଛନ୍ତି । ଏ ସରକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଠିକା ନିଯୁକ୍ତି ପ୍ରଦାନ କରି ତାଙ୍କର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି । ଏ ରାଜ୍ୟରେ କୃଷକମାନଙ୍କର ଆୟ ଭାରତ ବର୍ଷର ସବୁଠାରୁ କମ୍ ବୋଲି କେନ୍ଦ୍ର ସରକାର ଏ ତଥ୍ୟ ପ୍ରକାଶ କରିଛନ୍ତି । କୃଷକମାନଙ୍କର ଆୟ ଦ୍ୱିଗୁଣା କରିବାପାଇଁ ୨୦୦୪ ମସିହାରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ୨୨ ବର୍ଷ ମଧ୍ୟରେ ତାହା ପୂରଣ ହୋଇପାରିଲା ନାହିଁ । ଧାନମଣ୍ଡିରେ ପଡ଼ି ରହୁଛି । ରବି ଧାନ ରାଜ୍ୟ ବାହାରକୁ ଚାଲାଣ ହୋଇଗଲାଣି । ଅଭାବିବିକ୍ରି ଏ ରାଜ୍ୟରେ କୃଷକମାନଙ୍କର ମେରୁଦଣ୍ଡ ଭାଙ୍ଗିସାରିଲାଣି । ସାରା ରାଜ୍ୟରେ ମଦର ବନ୍ୟା, ନାରୀ ନିର୍ଯ୍ୟାତନା ଓ ବେଭିଚାର ଆଜି ଭାରତବର୍ଷର ସବୁ ରାଜ୍ୟମାନଙ୍କ ତୁଳନାରେ ଅଧିକ । ଏ ସରକାର ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ତେଣୁ ମୁଁ ସମସ୍ତ କଂଗ୍ରେସ କର୍ମୀ, ବୟଜେଷ୍ଠ ନେତୃବୃନ୍ଦ ତଥା ଯୁବ, ଛାତ୍ର, ମହିଳା ସମସ୍ତଙ୍କୁ ନିବଦେନ କରୁଛି ଆପଣମାନେ ସମସ୍ତ ଆସନ୍ତୁ ହାତକୁ ହାତ ମିଳାଇ ଏକ ହୋଇ ଲଢ଼ିବା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛ ତା ବିରୁଦ୍ଧରେ ଲଢ଼େଇ କରିବା । ଆଜି ଭାରତବର୍ଷକୁ ଖଣ୍ଡବିଖଣ୍ଡିତ କରିବପାଇଁ କିଛି ଶକ୍ତି ମୁଣ୍ଡ ଟେକିଛନ୍ତି । ଘୃଣା, ବ୍ୱିଦେଷ, ହିଂସା ଓ ଧର୍ମୀୟ ଭାବନାରେ ବିଭାଜିତ କରିବାପାଇଁ ଲାଗିପଡ଼ିଛନ୍ତି । ଆମେ ସମସ୍ତେ ଆମ ସ୍ୱପ୍ନର ଭାରତକୁ ରକ୍ଷା କରିବା । ଦରଦାମ ବୃଦ୍ଧି ପାଖରୁ ଆରମ୍ଭ କରି କୃଷକର ସମସ୍ୟା ପର୍ଯ୍ୟନ୍ତ ସବୁକୁ ମୋଦି ସରକାର ସମାଧାନ କରିବାରେ ବିଫଳ । କଂଗ୍ରେସ ସରକାରକୁ ଫେରିଲେ ଠିକା ନିଯୁକ୍ତି ବନ୍ଦ, ସମସ୍ତଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା, ଶୂନ୍ୟ ସହିଂଷୃତା, ନାରୀ ନିର୍ଯ୍ୟାତନା କ୍ଷେତ୍ରରେ, ସମସ୍ତ ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ସରକାର କ୍ରୟ କରିବେ ଓ ବିକ୍ରି କରିବାରେ ସହାୟତା କରିବେ । କୃଷକକୁ ଧାନର ଉଚିତ ମୂଲ୍ୟ ଦିଆଯିବ । ଯୁବକମାନଙ୍କୁ ସଂଗଠନ ଓ ଆସନ୍ତା ନିର୍ବାଚନରେ ପ୍ରାଧାନ୍ୟତା ଦିଆଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ପ୍ରାଥମିକତାରେ କରାଯିବ । ଜଳସେଚନକୁ ପୂର୍ଣ୍ଣ ପ୍ରାଧ୍ୟାନତା ଦିଆଯାଇ ଏହାକୁ ୮୦ ଭାଗ ପର୍ଯ୍ୟନ୍ତ କରାଯିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026