
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ବୌଦ୍ଧ ଜିଲ୍ଲା,ସୋନପୁର :- ଏହି ମନ୍ଦିର ଦୁଇଟି ଭଞ୍ଜ ବଂଶୀୟ ରାଜା ମାନଙ୍କର କୀର୍ତ୍ତି l ଏହାର ସମୟ ଖ୍ରୀ ନବମ ଶତାବ୍ଦୀ l ଏକ ଛ’ ଫୁଟ ଉଚ୍ଚ ଚଉତରା ଉପରେ ଏହି ମନ୍ଦିର ଦୁଇଟି ତିଆରି କରାଯାଇଛି l ମନ୍ଦିର ଦୁଇଟିର ଗଠନ ସମ୍ପୂର୍ଣ୍ଣ ଏକାପରି l ଗୋଟିଏ ଅନ୍ୟଟିର ଜେରକ୍ସ କପି ସ୍କାନ କପି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ l ଗୋଟିଏ ମନ୍ଦିରରେ ସିଦ୍ଧେଶ୍ୱର ଶିଵ ଓ ଅନ୍ୟଟିରେ ନୀଳମାଧବ ବିଷ୍ଣୁ ପୂଜା ପାଉଛନ୍ତି l ମନ୍ଦିର ଦୁଇଟିକୁ ଜଗତି ବା ଚାରି ଶମ୍ଭୁ ମନ୍ଦିର କହନ୍ତି l

