ସ୍କୁଲ ପିଲା ମାନଙ୍କୁ ଖାତା, କଲମ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ଖୋର୍ଦ୍ଧା/ଜଟଣୀ :- ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ସୁଶାସନର ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା,ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜଟଣୀ ନଗର ମଣ୍ଡଳ ଓ ଯୁବମୋର୍ଚ୍ଚା ତରଫରୁ ବାଛରା ପାଟଣା ହରିଜନ ବସ୍ତିରେ ଛୋଟ,

ଛୋଟ ପିଲା ମାନଙ୍କୁ ଖାତା ଓ ପେନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତିରୁପତି ଶତପଥୀ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ଜେନା, ସାବିତ୍ରୀ ଦାସ, ନାଗଭୂଷଣ ରାୟ,ଚିତ ରଂଜନ ସୁନ୍ଦରାୟ,ପ୍ରଶାନ୍ତ ବରାଳ ଓ ସୁରେଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version