
ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ଖୋର୍ଦ୍ଧା/ଜଟଣୀ :- ଲେଭେଲ କ୍ରସିଙ୍ଗ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ୯ ଜୁନରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ କରାଯାଏ ଯାହାକି ଏକ ବିଶ୍ୱବ୍ୟାପୀ ପଦକ୍ଷେପ । ତେଣୁ, ଲେଭେଲ କ୍ରସିଙ୍ଗ ଠାରେ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସଡ଼କ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳିତ ହୋଇଯାଇଛି ।

