ଚଳଚ୍ଚିତ୍ର ପ୍ରଯୋଜନା ରେ ସାମିଲ ହେଲା ବିକାଶ ଗ୍ରୁପ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ବରଗଡ଼ :- ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ବାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରି ଙ୍କ ଜୀବନି ଉପରେ ନିର୍ମାଣ ଧିନ ଥିବା ଚଳଚ୍ଚିତ୍ର ‘ବଡ ମାଁ’ ପ୍ରଯୋଜନା ରେ ସାମିଲ ହୋଇଛନ୍ତି ବିକାଶ ଗ୍ରୁପ । ଏହି ଅବସରରେ ବିକାଶ ଫାଷ୍ଟ ଷ୍ଟେପ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ବିକାଶ ଗ୍ରୁପ ର ଅଧକ୍ଷ ଡି ମୁରଲିକ୍ରିଷ୍ଣା ଘୋଷଣା କରିଥିଲେ।

ପଞ୍ଚବଟୀ ଫିଲ୍ମ୍ ଓ ବିକାଶ ଗ୍ରୁପ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ଵ ରେ ରହିବେ। ସାମ୍ବାଦିକ ସମ୍ମିଳନୀ ରେ ବିକାଶ ଗ୍ରୁପ ର ନିର୍ଦ୍ଦେଶକ ଡ଼ଃ ସମରେନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସେହିପରି ଚଳଚ୍ଚିତ୍ର ର ନିର୍ଦ୍ଦେଶକ ଲିଟୁ ମହାନ୍ତି, ବିକାଶ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଏକାଡେମୀ ନିର୍ଦ୍ଦେଶକ ବି ନାଗେଶ୍ଵର ପ୍ରମୁଖ ମଞ୍ଚାସୀନ ଥିଲେ।

Exit mobile version