ଗଜପତି ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ , ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଦୁଇଗୋଟି ବିଦ୍ୟାଳୟ ରେ 110 ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ୲ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ସଚେତନତା କରିବା ପାଇଁ ଶିଶୁ ଙ୍କ ମଧ୍ଯ ରେ ବିତର୍କ, ରଚନା ଓ କୁଇଜ୍ ପ୍ରତିଯୋଗିତା କରା ଯାଇ ଥିଲା ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତତସହିତ ସେମାନଙ୍କୁ ବାଲ୍ୟବିବାହ ଆଇନ – 2006 ବିଷୟରେ, ଅଦ୍ଵିକା କାର୍ଯ୍ୟକ୍ରମ ଉପରେ ଅବଗତ କରିବା ସହ ବାଲ୍ୟ ବିବାହ ଦ୍ୱାରା ଶିଶୁଙ୍କର ଅସୁବିଧା ବିଷୟରେ ଅବଗତ କରା ଯାଇଥିଲା l

ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ସହ ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନା ର ଶିକାର ହୋଇଥଏ, ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ରାୟଗଡର BDO ଶ୍ରୀ ରାଜ ରଞ୍ଜିତ ପ୍ରତାପ ବଳ, ଶ୍ରୀମତୀ ତେର୍ରସ୍କୋବା ମଲ୍ଲିକ(CDPO cum CMPO), ଶିଶୁ କଲ୍ୟାଣ ସମିତି ଗଜପତି ର ସଭ୍ୟ ଶ୍ରୀ ହିରଣ୍ୟ ରୋଇ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜୟ ପ୍ରକାଶ ବାଡ଼ତୀୟା, ପ୍ରଧାନ ଶିକ୍ଷକ ଓ ଆକ୍ସନଆଡ୍ଡର ବିଜୟ ପ୍ରଧାନ, ଝରଣା କୁମ୍ଭ ଓ ଇନ୍ଦୁମତୀ ଦେବୀ ଉପସ୍ଥିତ ରହିଥିଲେ ।

Exit mobile version