ମାରମାର ଭଣ୍ଡାରିୟା କୁ ମାର ନୀତିର ଅବସାନ କେବେ ଘଟିବ – ଜଟଣୀ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଖୋର୍ଦ୍ଧାଜିଲ୍ଲା,ଜଟଣୀ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ )୧୭ ମଇ, ରବିବାର :- ସାମ୍ଭାବ୍ୟ ବାତ୍ୟା ଅମ୍ଫାନ ରେ ଖୋର୍ଦ୍ଧାଜିଲ୍ଲା ପ୍ରଭାବିତ ହେବ କୀ ନାହିଁ ତାହା ବିଧିବଦ୍ଧ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ କିନ୍ତୁ ଜଟଣୀ ବ୍ଲକ ବେଶ ଚଳଚଞ୍ଚଳ ବାତ୍ୟା ହେଉ କି ନ’ହେଉ ନିମ୍ନ ମାନର କାମକୁ ଘଣ୍ଟ ଘୋଡାଇବା ଉଦ୍ଧେଶ୍ୟରେ ଜଳ ଯୋଗାଣ ପାଇଁ ଲଗାଯାଇଥିବା ସୋଲାର ପ୍ୟାନେଲ କୁ ଆଗୁଆ ଖୋଲି ସାରିଲେଣି ଫଳରେ ପିଇବା ପାଣି ମୁନ୍ଦିଏ ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି

ଜଟଣୀ ବ୍ଲକ ବେଣାପଞ୍ଜରୀ ଗ୍ରାମରେ ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ କହିଥିଲେ ମୁଁ ଜାଣିନାହିଁ ଆର ଡବ୍ଲୁ ଏସ ଏସ କନିଷ୍ଠଯନ୍ତ୍ରୀ ବାସୁଦେବ ଶତପଥୀ ଙ୍କୁ ପଚାରିବାରେ ସେ କହିଥିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସୋଲାର ପଏଣ୍ଟ ଖୋଲାଯାଇଛି ଏଥିରେ ଅସୁବିଧା କ’ଣ ହେଲା .ଏଠାରେ ସୂଚନାଯୋଗ୍ୟ ଗତ ୧୫ ଦିନତଳେ ଜଳଯୋଗାଣ ବନ୍ଦକୁ ନେଇ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କୁ ଗ୍ରାମବାସୀ ମାନେ ଘେରିଥିଲେ ସାତଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପ୍ରତିଶୃତି ଦେଇ ମୁକୁଳି ଥିଲେ ଯାହାକି ଆଜିପର୍ଯ୍ୟନ୍ତ ହୋଇପାରିନାହିଁ ଏବେ ପାଇପଜଳ ନ’ହେଲା ନାହିଁ ସୋଲାର ପଏଣ୍ଟରୁ ପାଣିନେଇ କିଛି ମାତ୍ରାରେ ଲୋକମାନେ ଚଳି ଯାଉଥିଲେ ତା’କୁ ମଧ୍ୟ ଖୋଲି ନେଲେ ଜଟଣୀ ବ୍ଲକ ପ୍ରଶାସନର ମାରମାର ଭଣ୍ଡାରିୟା କୁ ମାର ନୀତିର ଅବସାନ କେବେ ଘଟିବ ତାହାହିଁ ଦେଖବାକୁ ବାକି ରହିଲା ।

Exit mobile version