ଗଜପତିଜିଲ୍ଲା ମୋହନାଗ୍ରାମର ମାଣିକେଶ୍ଵରୀ ସାହିର ଜଣେ ବ୍ୟକ୍ତିଙ୍କ ବାରିପଟୁ କ୍ଷତାକ୍ତ ମୃତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଜଣେ ବ୍ୟକ୍ତିଙ୍କ ବାରିପଟୁ କ୍ଷତାକ୍ତ ଅବସ୍ଥାରେ ମୃତ ହରିଣକୁ ଉଦ୍ଧାର କରିଛି ବନ ବିଭାଗ । ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ସ୍ଥାନୀୟ ମାଣିକେଶ୍ଵରୀ ସାହିରେ ପଶି ଆସିଥିଲା । କିଛି ଲୋକ ତାକୁ ଗୋଡେଇବାରୁ ଭୟରେ ହାରିଣଟି ସାହିର ବିଶ୍ୱନାଥ ଚୌଧୁରୀଙ୍କ ଘର ବାରି ପଟେ ପଶି ଯାଇଥିଲା ।

ଖଵର ପାଇ ବନ ବିଭାଗ ପହଞ୍ଚି କ୍ଷତାକ୍ତ ଅବସ୍ଥାରେ ଥିବା ହରିଣକୁ ଉଦ୍ଧାର କରିଛି । ବନ ବିଭାଗ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଯେଉଁ ବ୍ୟକ୍ତିଙ୍କ ଘର ବାରି ପଟୁ ହରିଣର ମୃତ ଦେହ ଉଦ୍ଧାର ହୋଇଛି, ସେହି ଘର ମାଲିକଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି ଯଦି ହରିଣକୁ ମାରିଦିଆଯାଇଥିବା ପ୍ରମାଣିତ ହୁଏ ତେବେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବ ବୋଲି ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି ।

Exit mobile version