ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି, ରାସ୍ତାରୁ ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ୍ ଯବାନ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ବୈପାରିଗୁଡା :- କିଛି ବର୍ଷର ବ୍ଯବଧାନ ପରେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ନିଜର ସ୍ଥିତି ଜାହିର କରିବା ନେଇ ମାଓବାଦୀଙ୍କ ପକ୍ଷରୁ ରାଂଚି ବିଜୟଓ୍ବାର୍ଡା ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ଓ ଗୋବିନ୍ଦପାଲ୍ଲି ରାସ୍ତାରେ ଆଇଇଡି ଖଞ୍ଜି ଥିବା ବେଳେ ତାହା ଯବାନଙ୍କ ନଜରରେ ପଡିବା ପରେ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଥିବା ନେଇ ସୂଚନା ହସ୍ତଗତ ହୋଇଛି ! ୧୫୧ ବାଟାଲିୟନ ବିଏସ୍ଏଫ ମାଓବାଦୀ ଦମନକୁ ମଧ୍ଯ ଚ୍ଯାଲେଞ୍ଜ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ମଧ୍ଯ ଅଳ୍ପ ଦିନ ମନ୍ତ୍ରୀଆମ୍ବ, ରାମଗିରି ଦଣ୍ଡାବାଡି,ବୈପାରିଗୁଡା କ୍ଯାମ୍ପ ପରିଦର୍ଶନ କରି ମାଓ ଗତିବିଧି ଉପରେ ଆଲୋଚନା ମଧ୍ଯ କରିଛନ୍ତି !

ଏଭଳି ସ୍ଥିତିରେ ମନ୍ତ୍ରୀଆମ୍ବ ମୁତୟନ ଥିବା ୧୫୧ ବାଟାଲିୟନ ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ଆଇଇଡି ବୋମା ଉଦ୍ଧାର ହୋଇଛି ! ସୂଚନାନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ- ଗୋବିନ୍ଦପାଲ୍ଲି ରାସ୍ତାର ଜଙ୍ଗଲି ରାସ୍ତାର ଗଛମୂଳ ଠାରେ ବୋମା ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଏସଏଫ ଯବାନଙ୍କ ପକ୍ଷରୁ ସେହି ଅଂଚଳରେ ଜୋରଦାର କୁମ୍ବିଂ ଅପରେସନ ଚଲାଇବା ପରେ ଆଇଇଡି ଉଦ୍ଧାର କରାଯାଇଥିଲା !

ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ରାସ୍ତାକଡ କିମ୍ବା ଜଙ୍ଗଲ ରାସ୍ତାରେ ଏମିତି ବୋମା ଖଞ୍ଜି ଥିବା ଆଗରୁ ନଜର ରହିଥିବାରୁ ଯବାନଙ୍କ ପକ୍ଷରୁ ସନ୍ଦେହ କରି ଠାବ କରିବା ପରେ ସ୍ବତନ୍ତ୍ର ଟିମ୍ ଗଠନ କରି ସନ୍ଧାନୀ କୁକୁର ସହାୟତାରେ ଏହି ବୋମା ଠାବ କରିଛନ୍ତି ଯବାନ । ଏନେଇ ଆଜି ପ୍ରେସ ବିଜ୍ଞପ୍ତି ମାଧ୍ଯମରେ ସୂଚନା ପ୍ରଦାନ କରିଛନ୍ତି ବିଏସ୍ଏଫ୍ ! ଟିଫିନ ବୋମା ଉଦ୍ଧାର ପରେ ବୋମା ନିଷ୍କ୍ରିୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି

Exit mobile version