କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରା ସୁନାମୁଖି ସାଗର ଓ ତୁଳାପଡା ବଣାମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/କଳାହାଣ୍ଡି  :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରା ସୁନାମୁଖି ସାଗର ଓ ତୁଳାପଡା ବଣାମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ । ବହୁ ଦିନର ପ୍ରତିକ୍ଷା ପରେ ବିଧାୟକ ଶ୍ରୀ ସିଂଙ୍କ ପ୍ରଚେଷ୍ଟାରେ ଉକ୍ତ ଦୁଇଟି ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ଅଞ୍ଚଳବାସୀ ବିଧାୟକ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦୀର୍ଘଦିନ ଧରି ଉକ୍ତ ଦୁଇଟି ଜଳସେଚନ ପ୍ରକଳ୍ପ ଦଳ ଓ ଗୁଳ୍ମ ଯୋଗୁଁ ପୋତି ହୋଇ ଜଳସେଚନ ତ ଦୂରର କଥା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ମଧ୍ୟ କଷ୍ଟକର ହୋଇଯାଇଥିଲା ।

ବର୍ତ୍ତମାନ ରୁପ୍ରା ସୁନାମୁଖି ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୬୨ ଲକ୍ଷ ଓ ତୁଳାପଡା ସ୍ଥିତ ବଣାମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଲାଗି ୬୫ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଉକ୍ତ ଦୁଇଟି ଜଳସେଚନ ପ୍ରକଳ୍ପ ବିଧାୟକଙ୍କ ଉଦ୍ୟମ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ତତ୍ପରତା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଖୁବଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି ।

ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରି ବିଧାୟକ ଶ୍ରୀ ସିଂ ଉପସ୍ଥିତ ସହକାରୀ ଯନ୍ତ୍ରୀ ଦିଲିପ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସୈମ୍ୟରଞ୍ଜନ ମାଝୀ ତଥା କାର୍ଯ୍ୟନିର୍ବାହୀ ଠିକାଦାରଙ୍କୁ ଖୁବଶୀଘ୍ର କାର୍ଯ୍ୟ ସମାପନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ସମାପନ ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା ସେ କରିବେ ବୋଲି ଘୋଷଣା କରିଥିଲେ । ବିଧାୟକଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ବ୍ଲକ ବିଜେଡି ସଭାପତି ପରେଶ୍ ପଧାନ, ସଂପାଦକ ଭୋପାଳ ବାଗ, ଜିଲ୍ଲା ପରିଷଦ ସଭ୍ୟ ନମ୍ରତା ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version