ଜଟଣୀ ବ୍ଲକ ଅଧକ୍ଷାଙ୍କ 5T ସଚିବ ଭି କେ ପାଣ୍ଡିଆନଙ୍କୁ ସାକ୍ଷାତ

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ଖୋର୍ଦ୍ଧା-ଜଟଣୀ  :- ଆଜି ଜଟଣୀ ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ ଓ ଉପାଧକ୍ଷା ଜୋସ୍ନାରାଣି ଦାସ 5T ସଚିବ ଭି କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ପହଞ୍ଚି ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ବିଭିନ୍ନ ସୁବିଧା କିଭଳି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ,ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଶ୍ରୀମତୀ ଛୋଟରାୟ ଜଟଣୀ ବ୍ଲକର ଅଙ୍ଗାରପଡ଼ା,ଛତାବର ଓ ମଦନପୁର ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ମେଡିକାଲ) ସ୍ଥାପନ ପାଇଁ ଏକ ଦାବିପତ୍ର ଦେଇଥିଲେ । ଶ୍ରୀ ପାଣ୍ଡିଆନ ମଧ୍ୟ ଉକ୍ତ ଦାବୀ ପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ଛୋଟରାୟ କହିଛନ୍ତି ।

Exit mobile version