ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ନୂଆଗାଁ :- ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ହାତୀ ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ ଲୋକମାନେ । ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜା କେ ଡ଼ା ପଞ୍ଚାୟତ ଅଧିନରେ ଥିବା ବାଡ଼ି ବାରି , ସିମିଳି ସାହି, କନ୍ଧ ଖାଲମଡା ଆଦି ଆଦିବାସୀ ଗ୍ରାମ ରେ ରେ ଦେଖିବାକୁ ମିଳିଛି । ବଣଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବଡ଼ି ବାରି, ଜାକେଡ଼ା, କନ୍ଧ ଖାଲମଡା ଏବଂ ସିମିଳି ସାହି ଗ୍ରାମ । କୃଷି କାର୍ଯ୍ୟ , ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ,ଦିନ ମଜୁରିଆ ଭାବେ ଜୀବନ ବିତାଉଛନ୍ତି ଏହି ସବୁ ଗ୍ରାମର ଲୋକମାନେ । ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ।
ଏଭଳି ପରିସ୍ଥିତି ରେ ଗ୍ରାମବାସୀ ଙ୍କ ନିଦ ହଜାଇ ଦେଇଛି ହାତୀ ଉପଦ୍ରବ । ହାତୀ ଭୟରେ ଜୀବନ ବିତାଉଛନ୍ତି ଏହି ସବୁ ଗ୍ରାମର ଲୋକେ ମାନେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରମାଭି ମୁଖି ହୋଇଛନ୍ତି ହାତୀ ପଲ୍ଲ।ଲୋକ ମାନଙ୍କ କହିବା ଅନୁଯାୟୀ ଚାରି ଦିନ ପୂର୍ବେ ପ୍ରାୟ ଛୋଟ ବଡ଼ ହାତୀ କୁ ମିଶାଇ ପାଖାପାଖି ୧୫ ରୁ ୨୦ ହାତୀ ଆସି ଚାଷ ଜମି ରେ ଯିବା ସହ ପଣସ,କାଜୁ , ସଲଫ ଗଛ ଭଙ୍ଗିଛନ୍ତି । ହାତୀପଲ୍ଲ ଙ୍କ ଶବ୍ଦରେ ଘରୁ ବାହାରୁ ନାହାନ୍ତି ଗ୍ରାମବାସୀ।ଏଭଳି ପରିସ୍ଥିତି ରେ ବନବିଭାଗ ଦ୍ୱାରା ହାତୀ ଘଉଡାଇବା ପାଇଁ କୌଣସି ବ୍ୟବସ୍ଥା କରାନଯିବା ଗ୍ରାମବାସୀ ମାନଙ୍କ ଦୁଃଖ କୁ ଦ୍ଵିଗୁଣିତ କରିଛି ।
ହାତୀପଲ୍ଲ ଭୟରେ ଲୋକମାନେ ଚାଷ କାର୍ଯ୍ୟ, ଏବଂ ବିଭିନ୍ନ କାମ ଧନ୍ଦା ବନ୍ଦ କରି ରହିବା ଫଳରେ ବହୁକଷ୍ଟରେ ଜୀବନ ବିତାଉଛନ୍ତି ।ଏଭଳି ପରିସ୍ଥିତି ରେ ବନ ବିଭାଗ କର୍ମଚାରୀ ଙ୍କୁ ଦେଖା ମିଳୁନଥିବା ଲୋକମାନେ କହୁଛନ୍ତି। ଯେହେତୁ ହାତୀ ପଲ୍ଲ ଗ୍ରାମାଭୀ ମୂଖି ହୋଇଛନ୍ତି , ଯଦି ହାତୀ ଉପଦ୍ରବ ରେ ଆଦିବାସୀ ଲୋକମାନଙ୍କ ଜୀବନ କ୍ଷତିଗ୍ରସ୍ତ ହୁଏ ତେବେ ସେଥିପାଇଁ ବନବିଭାଗ କଣ ଦାୟୀ ରହିବ ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠିଛି ?କେବେ ବନ ବିଭାଗର ନିଦ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା।
