ବିଶ୍ବ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ନୟାଗଡ଼ : ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୁଲ୍ୟରେ ହାଉସିଂ ବୋର୍ଡ ନିକଟ ବିଦ୍ଯାଳୟର ନୂତନ ଭବନ ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଓ ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବଉଳ, ଆମ୍ବ ଓ ଲେମ୍ବୁ ଆଦି ବିଭିନ୍ନ ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଆରିଫ୍ ଖାଁ,ଶ୍ରୀକାନ୍ତ ଖଟେଇ,ବାସୁଦେବ ସାହୁ ଆଦି ବହୁ ସଭ୍ଯ ଯୋଗଦେଇ ଥିଲାବେଳେ ବିଦ୍ଯାଳୟର ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଓ ଶୋଭାରାଣୀ ସାହୁ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।

Exit mobile version