odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା ,ରିପୋର୍ଟ / ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ୧୭ ମଇ, ରବିବାର :- କଟକ ଜିଲ୍ଲାରେ ଆଜି ପୁଣି ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା । ଏଥି ମଧ୍ୟରୁ ୧୦ ଜଣ କୋରୋନା ଆକ୍ରାନ୍ତ ତିଗିରିଆ ବ୍ଲକ ର ହୋଇଥିବାବେଳେ ଜଣେ ବାଙ୍କୀ ଆଉଜଣେ କଟକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି।ତିଗିରିଆ ବ୍ଲକର ୧୦ ଜଣ କୋରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୮ ଜଣ ଗୁଜୁରାଟ ଅହମଦାବାଦ ଫେରନ୍ତା, ଦୁଇଜଣ ଗୁଜୁରାଟ ସୁରଟ ଫେରନ୍ତା ବୋଲି ସୂଚନା । ବାଙ୍କୀ ବ୍ଲକର ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି, କଟକ ଗୋପାଳପୁର ଅଞ୍ଚଳ ଫେରନ୍ତା ପ୍ରବାସୀ ଓଡିଆ । ସମସ୍ତ ଚି଼ହ୍ନଟ ଆକ୍ରାନ୍ତ ମାନେ କ୍ବାରଣ୍ଟାଇନ ସେଣ୍ଟରର ।
ତିଗିରିଆ ବ୍ଲକ ର ଜଣେ ଗର୍ଭବତୀ ମହିଳା ଓ ଜଣେ ୪ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ଥିବା ଜଣାପଡିଛି ଅନ୍ଯ ସମସ୍ତଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ତିଗିରିଆ ବ୍ଲକରେ ଆଜିର ଦଶ ଜଣଙ୍କୁ ମିଶାଇଲେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । କଟକ ଜିଲ୍ଲାରେ ଗତକାଲି ୬ ଜଣ ଆକ୍ରାନ୍ତ ପଜେଟିଭ ବାହାରିଥିବା ବେଳେ ସମୁଦାୟ କଟକ ଜିଲ୍ଲା ରେ ଟୋଟାଲି ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨୨ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ ଆକ୍ଟିଭ କେସ ରହିଛି।ରାଜ୍ୟରେ ମୋଟ ୮୨୮ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ମୃତ୍ୟୁବରଣ କରିଛନ୍ତି ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
