ମିଶନ ଜୀବିକା ଆଇ.ଟି.ଡି.ଏ ପାରଳାଖେମୁଣ୍ଡି ପକ୍ଷରୁ ମକା ଚାଷି ମାନଙ୍କୁ ଉନ୍ନତ ମାନର ବିହନ ଓ ସାର ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକର ସିକୁଳି ପଦର, ଆଡ଼ବା ଠାରେ ମିଶନ ଜୀବିକା ଆଇ.ଟି.ଡି.ଏ ପାରଳାଖେମୁଣ୍ଡି ପକ୍ଷରୁ ମକା ଚାଷି ମାନଙ୍କୁ ଉନ୍ନତମାନର ବିହନ ଓ ସାର ୩୩୪ ଜଣ ଚାଷୀଙ୍କୁ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ, ପ୍ରକଳ୍ପ ସଂଯୋଜକ ଗୌତମ ସ୍ୱାଇଁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ,ସଞ୍ଜୟ ଛଟେଇ, ସହକାରୀ ଉପ ଜିଲ୍ଲାପାଳ ଜୁବୁଲି ବେହେରା ଏବଂ ମିଶନ ଜୀବିକା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version