ଖାଲମଡା ଗ୍ରାମ ରେ ଶ୍ରୀ ରାମ ଚରିତ ମାନସ ପଞ୍ଚାଙ୍ଗ ପାରାୟଣ

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଖାଲମଡା ଗ୍ରାମ ରେ ଶ୍ରୀ ରାମ ଚରିତ ମାନସ ପଞ୍ଚାଙ୍ଗ ପାରାୟଣ ଅନୁଷ୍ଠିତ ହୋଇଯାଇଛି  । ଗତ ୩୧ ତାରିଖ ମଙ୍ଗଳ ବାର ଦିନ ପ୍ରାତଃ ଶହ ଶହ ସଂଖ୍ୟାରେ କଳସ ଯାତ୍ରା ମାଧ୍ୟମରେ ଗ୍ରାମ ର ସମସ୍ତ ଦେବା ଦେବୀ ଙ୍କୁ ଆବାହନ କରାଯାଇ ଘଟ ସ୍ଥାପନ କରାଯିବା ସହ ଅହୋରାତ୍ର ୧୦୮ ହନୁମାନ ଚାଳିଶା ପଠନ କରାଯାଇଥିଲା ।

ପ୍ରତ୍ୟେକ ଦିନ ପ୍ରାତଃ ସୂର୍ଯ୍ୟପୂଜା ସହିତ ଘୃତ ଯଜ୍ଞ, ପାରାୟଣ , ଅର୍ଣଯଜ୍ଞ ରାତ୍ରରେ ଅଶୋକ ଚନ୍ଦ୍ର ପ୍ରଧାନ,ଉମାକାନ୍ତ ସାହୁ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ତିମ ଦିବସ ରେ ବ୍ୟାସ ସୁବାସ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ଘୃତ ଯଜ୍ଞ, ପୂର୍ଣ୍ଣାହୂତି କରାଯାଇଥିଲା । ସନ୍ଧ୍ୟାରେ ଅର୍ଣ୍ଣଛତ୍ର ର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ୩୬ ବର୍ଷ ଧରି ଖାଲମଡା ଗ୍ରାମବାସୀ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି ।

Exit mobile version