‘ବେଦର ଆବାଶ୍ୟକତା’ ଅନ୍ତର୍ଜାତୀୟ ସମ୍ମିଳନୀ, ବାଙ୍ଗାଲୋରରେ ଲିଙ୍ଗରାଜ ସାହୁ ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ୍/୦୪ ଜୁନ ଶନିବାର/ ଭୁବନେଶ୍ୱର :- ବେଦର ଆବଶ୍ୟକତା ସମ୍ପର୍କିତ ଏକ ଆଲୋଚନା ଚକ୍ର ବାଙ୍ଗାଲୋରସ୍ଥିତ ଖାତିସମ୍ପନ୍ନ ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ଉପଦେଷ୍ଠା ଭି. ବାବୁଭିଜୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ଆନ୍ଧ୍ର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ଼ ଜେ ହରିଦୁଶ ଉଦ୍‌ଘାଟନ କରିଥିଲେ ।

ଏଥିରେ ଅତିଥି ଭାବେ ବିଭିନ୍ନ ଦେଶର ପ୍ରତିନିଧି ସମେତ କଣ୍ଣାଟକ ଓ ଚେନେଇର ବହୁ ବିଚାରପତି, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିୟର, ଅଧିବକ୍ତା ଓ ମୁରବୀ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।  

Exit mobile version