odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ୧୭ ମଇ, ରବିବାର :- ରାଜ୍ୟରେ ଆଜି ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ୨ଜଣ ମୃତକଙ୍କ ଭିତରୁ ଜଣଙ୍କର ବୟସ ୩୮ ଓ ଅନ୍ୟ ଜଣଙ୍କର ୪୫ ବର୍ଷ ବୋଲି ଜଣାପଡ଼ିଛି । ଉଭୟ ୨ଜଣ ମୃତକ ସୁରଟ୍ ଫେରନ୍ତା । ରାଜ୍ୟରେ ଏହାକୁ ମିଶାଇ ମୃତ୍ୟୁ ୪କୁ ବୃଦ୍ଧି ପାଇଛି ।
ଗଞ୍ଜାମରେ ପୂର୍ବରୁ ଜଣେ ମୃତ୍ୟୁ ବରଣ କରିଥିଲେ ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ଭୁବନେଶ୍ୱରରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପଟେ ରାଜ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୭ଜଣ ଚିକିତ୍ସାଧିନ ଅଛନ୍ତି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୯୬ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
