ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ଇଟାମାଟି :- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ବିଶ୍ୱ ସାଇକେଲ୍ ଦିବସ ପାଳିତ ହୋଇ ଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ଇଟାମାଟି ପଂଚାୟତ ପଡ଼ିଆଠୁ ଆରମ୍ଭ ହୋଇ ଇଟାମାଟିର ସମସ୍ତ ସାହି ପରିକ୍ରମା କରି ପଂଚାୟତ ପଡ଼ିଆଠି ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଛି ।

ଏହି କାର୍ଯ୍ୟକ୍ରମରେ କରାଯାଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଓ ବଢୁଥିବା ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ନଜରରେ ରଖି ସାଇକେଲ ଚଳାଇବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି ।

Exit mobile version