ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ ଭୁବନେଶ୍ୱର :-– ଜଗତସିଂହପୁର ଜିଲ୍ଲା ବାଲିକୁଦ। ମାଟିର ବରପୁତ୍ର , ଅ।ନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍ଭିଦ ବିଜ୍ଞାନୀ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜ।ଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ତାଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅତିଥି ଭାବରେ ଯୋଗ ଦେଇ ସ୍ଵର୍ଗତ ପରିଜ । ଙ୍କର ସ୍ମୃତି ଚ।ରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁସଚିବ ଲଷ୍ମୀଧର ବେହେରା,ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ବାଲିକୁଦା ପିପୁଲସ ଆସୋସିଏସନ (ବାପା) ର ସାଧାରଣ ସମ୍ପାଦକ ଡାକ୍ତର ପ୍ରମୋଦ କୁମାର ବିଶ୍ଵାଳ , ସହ ସମ୍ପାଦକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ , ସଭ୍ୟ ସର୍ବଶ୍ରୀ ଅଭୟ କୁମାର ପରିଡା, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଚୈତନ୍ୟ ଚରଣ ପରିଡା, ଡାକ୍ତର ସନ୍ତୋଷ ବେହେରା ,

ଡଃ ପ୍ରକାଶ ତ୍ରିପାଠୀ, ବୀର କିଶୋର ରାଉତ, ସୌମ୍ୟ ରଂଜନ ପ୍ରଧାନ, ବିଭୁଦତ୍ତ ରଥ, ପୂର୍ବତନ କର୍ପୋରେଟର ନରେନ ସାହୁ , ଉମାନାଥ ମିଶ୍ର,ରମାନାଥ ସାମନ୍ତରାୟ, ରାମଚନ୍ଦ୍ର ପ୍ରଧାନ, ଗୁରୁଚରଣ ସାହୁ,ରାଜକିଶୋର ସାହୁ,ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପ୍ରବୀର ମହାନ୍ତି,ସତ୍ୟବ୍ରତ ଜେନା, ସୌମ୍ୟରଞ୍ଜନ ପ୍ରଧାନ, ପ୍ରବୀର ମହାନ୍ତି , ସତ୍ୟବ୍ରତ ଜେନା ଏବଂ ଉତ୍କଳ ଏବଂ କିଟ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ଵର୍ଗତ ପାରିଜାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଡଃ ପ୍ରାଣକୃଷ୍ଣ ପରିଜ।ଙ୍କ ସ୍ମୃତିରେ ତାଙ୍କର ଜନ୍ମସ୍ଥାନ ବାଲିକୁଦା ବ୍ଲକ ଇଚ୍ଛାପୁରଠାରେ ସ୍ମୃତି ସ୍ତମ୍ଭ ସ୍ଥାପନ ଓ ପରିଜ। ପାଠାଗାର ସ୍ଥାପନ ପାଇଁ ବାପା’ ଅନୁଷ୍ଠାନ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରଯାଇଥିଲା । ତତସହିତ ପ୍ରତିବର୍ଷ ଡଃ ପରିଜ।ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଇଁ ଅନୁରୋଧ କର।ଯାଇଥିଲା ।
