ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ସମୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଆମ ସମସ୍ତଙ୍କର କାମ୍ୟ । ପ୍ରକୃତି ସହିତ ଜଡ଼ିତ ହୋଇ ବଂଚିଲେ ମଣିଷ ସୁସ୍ଥ ରହି ପାରିବ ଓ ଜୀବନକୁ ଆନନ୍ଦରେ ଉପଭୋଗ କରିପାରିବ, ତେବେ ଆଜିର ପ୍ରଦୂଷଣଯୁକ୍ତ ଜୀବନ, ବଦଭ୍ୟାସ ମୁଖ୍ୟତଃ ତମାଖୁ ସେବନ ଆମ ପାଇଁ ସ୍ୱାସ୍ଥ୍ୟହାନିର କାରଣ ପାଲଟିବା ସହିତ ନାନା ଦୁଶ୍ଚିନ୍ତାର ଉଦ୍ରେକ କରୁଛି । ତମାଖୁ ସେବନର ଭୟାବହତା ସଂପର୍କରେ ଆମେମାନେ ସମସ୍ତେ ଅଳ୍ପବହୁତେ ପରିଚିତ । ତଥାପି ଆମେ ଏହାକୁ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରି ପାରୁନାହୁଁ । ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ଆମ ଦେଶରେ ତଥା ରାଜ୍ୟରେ ବହୁ ଲୋକ ମୃତୁ୍ୟ ମୁଖରେ ପଡ଼ìଛନ୍ତି ା ଏଥିରୁ ରକ୍ଷା ପାଇବା ପାଇଁ ସାମୂହିକ ଜନସଚେତନତା ଆବଶ୍ୟକ । ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।
ତଥାପି ମଧ୍ୟ ଆମକୁ ଏ ଦିଗରେ ଆହୁରି ଅନେକ ଆଗକୁ ଯିବାକୁ ଅଛି, ତାହାଲେ ଯାଇଁ ଏକ ତମାଖୁ ମୁକ୍ତ ସମାଜ ସମ୍ଭବ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକିଶୋର ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ସମ୍ମାନିତ ଭାବେ ଯୋଗଦେଇ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ କହିଲେ ଯେ ଜିଲ୍ଲା ସ୍ତରରେ ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ଦ୍ୱାରା ମିଳିତ ଭାବରେ ଚଢ଼ାଉକୁ ସବୁସ୍ତରରେ ସହଯୋଗ କରାଯାଉଛି । ତମାଖୁ ବ୍ୟବହାର ବିରୁଦ୍ଧରେ ସମ୍ମୁଖ(ଫ୍ରଣ୍ଟଲାଇନ) କର୍ମଚାରୀ ଯଥା ଆଶା, ଏଏନ୍ଏମ୍ ପ୍ରଭୃତିଙ୍କ ମାଧ୍ୟମରେ ଜନସଚେତନତା ବିସ୍ତାର କରାଯାଉଛି ।
ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ସେମାନଙ୍କ କ୍ୟାମ୍ପସକୁ ତମାଖୁ ମୁକ୍ତ କର;ୁ ଏବଂ ଏହାକୁ ଏହାକୁ କଠୋର ଭାବେ ଅନୁପାଳନ କରନ୍ତୁ । ତମାଖୁ ନିବୃତ୍ତି ପରାମର୍ଶଦାତା ଏବଂ ଡାକ୍ତର, କାର୍ଯ୍ୟକ୍ରମ ଅଧିକାରୀମାନେ, ତମାଖୁ ଛାଡିବା ଏବଂ ଯୁବକ ଏବଂ ବୟସ୍କଙ୍କ ମଧ୍ୟରେ ତମାଖୁ ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ା ବିଦ୍ୟାଳୟ ଏବଂ କଲେଜରେ ଏନ୍ଏସ୍ଏସ୍ ସଦସ୍ୟ, ଏନସିସି କ୍ୟାଡେଟ୍, ରେଡ୍କ୍ରସ ସୋସାଇଟିର ଯୋଗଦାନ ଏହି ତମାଖୁମୁକ୍ତ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିଛି ା ସମଗ୍ର ରାଜ୍ୟରେ ପ୍ରାୟ ବତିଶ ଗୋଟି ତମାଖୁ ନିବୃତ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା ତମୁଖୁ ବ୍ୟବହାରକୁ ରୋକାଯାଇପାରିବ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ କହିଲେ ଯେ ସାମ୍ପ୍ରତିକ ଅନୁସନ୍ଧାନ ଏବଂ ସର୍ବେକ୍ଷଣରେ ମଧ୍ୟ କୁହାଯାଇଛି ଯେ ପ୍ରାୟ ଶତକଡ଼ା ୪୨ ଭାଗ ବୟସ୍କ ବ୍ୟକ୍ତି ଯେକୌଣସି ତମାଖୁ ବ୍ୟବହାର କରୁଛନ୍ତି । ପ୍ରାୟ ଶତକଡ଼ା ୪୦ ଭାଗ ବ୍ୟକ୍ତି ଓଡ଼ିଶାରେ ଧୂମହୀନ ତମାଖୁ ବ୍ୟବହାର କରନ୍ତି । ଏପରିକି ମହିଳା ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ା ସ୍ୱଳ୍ପ ବୟସରୁ ତମାଖୁ ବ୍ୟବହାର ରୋକିବାକୁ ସ୍କୁଲ ପିଲାମାନଙ୍କ ଉପରେ ଧ୍ୟାନ ରଖିବା ଜରୁରୀ । ବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଦ୍ୱାରା ନିଶ୍ଚିତ ଭାବରେ ତମାଖୁ ବ୍ୟବହାର କମାଇବାରେ ସଫଳ ହୋଇପାରିବା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି,
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗଦେଇ ତମାଖୁ ସେବନର ଭୟାବହତା ଓ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ଅବସରରେ ବାର୍ଷିକ ରିପୋର୍ଟ, ଏନ୍ଟିପିସି ବାର୍ଷିକ ରିପୋର୍ଟ, ଶିକ୍ଷାନୁଷ୍ଠାନରେ ତମାଖୁ ମୁକ୍ତ ମାର୍ଗଦର୍ଶିକା, ତମାଖୁ ନିୟନ୍ତ୍ରଣ ସଂପର୍କିତ ଏକ ଭିଡ଼ିଓକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ ଅଂଶଗ୍ରହଣକାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସ୍ୱାସ୍ଥ୍ୟସେବା ଅତିରିକ୍ତ ନିର୍ଦ୍ଦେଶକ (ଏନ୍ସିଡ଼ି) ଡା. ସୁଶାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
