ମଧୁ ବାବୁଙ୍କୁ ଭାରତରତ୍ନ ଦାବି : ବାଙ୍ଗାଲୋରରେ ଦସ୍ତଖତ ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର/ଭୁବନେଶ୍ୱର :- ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବିରେ ବାଙ୍ଗାଲୋର ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ମଧୁବାବୁଙ୍କୁ ସ୍ମରଣରେ ଏନେଇ ଏକ ଆଲୋଚନା ଚକ୍ର ମଧ୍ୟ ବାଙ୍ଗାଲୋର ସିଭି ରମଣ ନଗରଠାରେ ଅନୁଷ୍ଠିତ ହୋଇଥିଲା । ଫୋରମର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆଙ୍କ ମୁରବୀ ନିହାର ରଞ୍ଜନ ସାମନ୍ତରାୟ, ବିଶିଷ୍ଟ ଆଇନଜୀବୀ ଜଗନ୍ନାଥ ଉଦ୍‌ଗାତା, ଆଦିତ୍ୟ କୁମାର ପାଢ଼ୀ,

ତାପସ ରାଜ ମହାରଣା, ଉମାଶଙ୍କର ସାହୁ, ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ବିଭୂଦତ ପାଢ଼ୀଙ୍କ ସଂଯୋଜନାରେ ବାଙ୍ଗାଲୋରରେ ବାସ କରୁଥିବା ଶତାଧିକ ଓଡ଼ିଆ ଓ ଆଇନଜୀବୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ଚେନେଇ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ସମେତ ୯ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା ।

Exit mobile version